ବନାନ୍ତୁ ପନିର ବ୍ରେଡ, ହାତ ଚାଟି ଖାଇବେ

ସକାଳ ସମୟରେ ପ୍ରାୟ ସମସ୍ତେ ବ୍ୟସ୍ତ ରୁହନ୍ତି। ହେଲେ ଏହା ସହିତ ହିଁ କିଛି ଲୋକ ନିଜର ବ୍ରେକଫାଷ୍ଟ ଭଲ ଭାବେ ଖାଉଥିବା ବେଳେ କିଛି ଲୋକ ସମୟ ଅଭାବରୁ ବ୍ରେକ ଫାଷ୍ଟ ସ୍କିପ କରନ୍ତି। କିନ୍ତୁ ଏପରି କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ କମ୍ ସମୟ ଭିତରେ ଆପଣ ଯେପରି ହେଲ୍ଦି ଖାଦ୍ୟ ପ୍ରସ୍ତୁତ କରିପାରିବେ। ଆଜି ଏହି ଟିପ୍ସ ଆପଣଙ୍କୁ ଆମେ ଜଣାଇବୁ।
ଏମିତିକି ମାତ୍ର ୧୫ ମିନିଟ୍ ରେ ଆପଣ ନିଜର ପୂରା ପରିବାର ସଦସ୍ୟଙ୍କ ପାଇଁ ଜଳଖିଆ ତାଙ୍କୁ ଦେଇପାରିବେ। ପିଲାମାନଙ୍କ ପାଇଁ ମଧ୍ୟ ଏହା ଭଲ ଜଳଖିଆ ହେବ। ଏହି ଫ୍ରେଞ୍ଚ ଟୋଷ୍ଟ ସ୍ବାସ୍ଥ୍ୟ ପାଇଁ ଉପକାରୀ ଓ ପାଟିକୁ ମଧ୍ୟ ସ୍ବାଦିଷ୍ଟ।
ଆସନ୍ତୁ ଜାଣିବା ବ୍ରେଡ୍ ପନିର ତିଆରି କରିବାର ପଦ୍ଧତି:
ଫ୍ରେଞ୍ଚ୍ ପନିର ଟୋଷ୍ଟ ତିଆରି କରିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ:
ଦୁଇ ରୁ ତିନିଟି ବ୍ରେଡ୍, କିଛି କଟାଯାଇଥିବା ପନିର, ଏକ ଚାମଚ ତେଲ, କଞ୍ଚା ଲଙ୍କା, ରସୁଣ, ପିଆଜ, ଟମାଟୋ, ପନିପରିବାରେ କ୍ୟାପ୍ସିକମ୍,
ଲାଲ୍ ଚିଲି ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଲୁଣ ସ୍ୱାଦ ଅନୁଯାୟୀ ।
ପ୍ରସ୍ତୁତ କରିବାର ବିଧି:
- ସର୍ବପ୍ରଥମେ, ଏକ ପ୍ୟାନରେ ତେଲ ପକାଇ ରସୁଣ, ଟମାଟୋ, କ୍ୟାପସିକମ୍, ଗ୍ରୀନ ଚିଲି, ପିଆଜ ପକାଇ ଭଲ ଭାବରେ ଭାଜନ୍ତୁ ।
- ଏହା ପରେ ରେଡ୍ ଚିଲି, ଗ୍ରୀନ ଚିଲି, ଧନିଆ ପାଉଡର ଏବଂ ପାଣି ମିଶାଇ ଏହି ମିଶ୍ରଣକୁ କିଛି ସମୟ ରାନ୍ଧିବାକୁ ଦିଅନ୍ତୁ।
- ଆପଣ ଏହି ମସଲାରେ ଅଣ୍ଡା ମଧ୍ୟ ମିଶାଇ ପାରିବେ। ଅଣ୍ଡା ମିଶାଇ ଭଲ ଭାବରେ ଗୋଳାନ୍ତୁ। ଏହା ପରେ ଇଥିରେ ସ୍ବାଦ ଅନୁଯାୟୀ ଲୁଣ ପକାନ୍ତୁ। ଯଦି ଆପଣ ଶାକାହାରୀ ତେବେ ଅଣ୍ଡା ସ୍ଥାନରେ ପାନିର ମିଶାଇପାରିବେ।
ଯେତେବେଳେ ଏହି ମସାଲା ପ୍ରସ୍ତୁତ ହୋଇଯିବ, ମିଶ୍ରଣକୁ ବ୍ରେଡ୍ ଭିତରେ ଭର୍ତ୍ତି କରନ୍ତୁ ଏବଂ ଏହା ଉପରେ ଆଉ ଏକ ପରସ୍ତ ବ୍ରେଡ୍ ରଖନ୍ତୁ।
ବର୍ତ୍ତମାନ ବ୍ରେଡ୍ କୁ ସାଣ୍ଡୱିଚ୍ ପରି ଟୋଷ୍ଟ୍ ମେସିନରେ କ୍ରଞ୍ଚ୍ କରିପାରିବେ କିମ୍ବା ଏହାକୁ ଆପଣ ସେମିତି ଖାଇପାରିବେ। ଏହାକୁ ପରଷିବା ସମୟରେ କାକୁଡି, ବିଲାତି ସହିତ ସଜାଇ ଗାର୍ଣିସ କରନ୍ତୁ । ଏହା କରିବା ପାଇଁ ଆପଣଙ୍କୁ କେବଳ ୧୫ ମିନିଟ୍ ଲାଗିବ।
Powered by Froala Editor