ବିଗୁଡୁଛି ଆଇନଶୃଙ୍ଖଳା, ସ୍କୁଲରୁ ମିଳିଲା ପିସ୍ତଲ
ଭୁବନେଶ୍ୱର: ଦିନକୁ ଦିନ ବିଗୁଡୁଛି ଆଇନଶୃଙ୍ଖଳା । ବଦଳୁଛି ପରିବେଶର ବାତାବରଣ । ବିଦ୍ୟାଳୟ ହେଉଛି ଏକ ପବିତ୍ର ସ୍ଥାନ । ବିଦ୍ୟାଳୟକୁ ଜ୍ଞାନର ମନ୍ଦିର ବା ମଣିଷ ଗଢା କାରଖାନା ବୋଲି କୁହାଯାଏ । ଯେଉଁଠି ଅଜ୍ଞାନ ରୂପକ ଅନ୍ଧକାରରୁ ଆଣି ପିଲାମାନଙ୍କୁ ଜ୍ଞାନର ଆଲୋକ ଦେଖାଯାଏ । କିନ୍ତୁ ବର୍ତ୍ତମାନ ସ୍ଥିତି ଏପରି ହେଲାଣି ଯେ, ବିଦ୍ୟାଳୟର ପରିବେଶ ଧୀରେଧୀରେ ବିଶୃଙ୍ଖଳା ହେବାରେ ଲାଗିଛି । ବିଦ୍ୟାଳୟରୁ ମିଳିଛି ପିସ୍ତଲ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜମନକିରା ଥାନକ ରେଙ୍ଗମୁଣ୍ଡା ୟୁପି ସ୍କୁଲ ଶ୍ରେଣୀ ଗୃହରେ । ଦେଶୀ ପିସ୍ତଲଟି କାହାର ଓ କେଉଁ ପରିସ୍ଥିତିରେ ବିଦ୍ୟାଳୟକୁ ଆସିଲା ତାହା ଏଯାଏ ଜଣାପଡିନାହିଁ ।
Powered by Froala Editor