ଭିଜିଲାନ୍ସ ଜାଲରେ ଯନ୍ତ୍ରୀ
ଭୁବନେଶ୍ୱର: ଅକ୍ସନ ମୋଡରେ ଭିଜିଲାନ୍ସ । ଗତ କିଛି ଦିନ ହେବ ଅନେକ ସରକାରୀ ବାବୁମାନେ ଭିଜିଲାନ୍ସ ଜାଲରେ ଫସିଛନ୍ତି । ତେବେ ଆଜି ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡ ବି ଡିଭିଜନ ଫୋର୍ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘର ଭିଜିଲାନ୍ସ ରେଡ୍ କରୁଛି ।
ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଭୁବନେଶ୍ୱର, ଢେଙ୍କାନାଳ ଓ ତାଳଚେରର ୬ଟି ସ୍ଥାନରେ ରେଡ୍ ଜାରି ରହିଥିବା ସୂଚନା ମିଳିଛି ।
ଗତ କିଛି ଦିନ ହେବ ସେ ଭିଜିଲାନ୍ସ ସ୍କାନରରେ ଥିଲେ । ସେ ରହୁଥିବା ସ୍ଥାନରୁ ନଗଦ ୮୩ଲକ୍ଷ ଟଙ୍କା ଜବତ୍ ହୋଇଛି । ସେ ଘର ତିଆରି ପାଇଁ ଟଙ୍କା ଆଣି ଥିଲେ ବୋଲି କହିଛନ୍ତି ।
Powered by Froala Editor