ଯୁଦ୍ଧ ତାଣ୍ଡବ, ଗଲାଣି ୭୯ ଶିଶୁଙ୍କ ଜୀବନ
କ୍ୱିଭ୍: ଋଷ-ୟୁକ୍ରେନ ଯୁଦ୍ଧ ୧୮ ଦିନରେ ପହଞ୍ଚିଥିଲେ ମଧ୍ୟ ଥମିବାର ନାଁ ଧରୁନି । ଏଯି ଯୁଦ୍ଧରେ ୭୯ଶିଶୁଙ୍କ ପ୍ରାଣ ଗଲାଣି ଏବଂ ୧୦୦ରୁ ଅଧିକ ଆହତ ହେଲେଣି । କ୍ୱିଭ୍, ଖାରକିଭ୍, ଡୋନଷ୍ଟେକ୍, ସୁମି, ଖେରସନ୍ ଏବଂ ଜିଟୋମିରରେ ଅଧିକାଂଶ ଶିଶୁଙ୍କ ଜୀବନ ଯାଇଛି ।
ଋଷ ଆକ୍ରମଣ ଯୋଗୁଁ ୨୮୦ ଶିକ୍ଷାନୁଷ୍ଠାନ ନଷ୍ଟ ହୋଇଛି ଏବଂ ଏଥି ମଧ୍ୟରୁ ୯ଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଗତ ବୁଧବାର ଦିନ ଦକ୍ଷିଣ ପୂର୍ବ ମାରିୟୁପୋଲର ଏକ ଶିଶୁ ଚିକିସôାଳୟ ଉପରେ ଆକ୍ରମଣ ହେବା ପରଠାରୁ ଚିନ୍ତା ବଢିଛି । ଏହି ଆକ୍ରମଣ ଯୋଗୁଁ ଶିଶୁଙ୍କ ସମେତ ୩ଜଣଙ୍କ ମୃତୁ୍ୟ ହୋଇଥିଲା ଏବଂ ୧୭ଜଣ ଆହତ ହୋଇଥିଲେ । ଋଷ ଯୁଦ୍ଧ ଅପରାଧ କରୁଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କି କହିଥିଲେ ।
Powered by Froala Editor