ମହାନଦୀ ଜଳ ବିବାଦ: ଏପ୍ରିଲ୍ ୩୦ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦକୁ ନେଇ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଚାଲିଥିବା ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦ରେ ଅନୁଷ୍ଠିତ ହେବ । ଏହି ବିବାଦ ନେଇ ଉଭୟ ଛତିଶଗଡ଼ ଓ ଓଡ଼ିଶାଙ୍କୁ ନିଜ ନିଜ ପ୍ରମାଣ ସମ୍ବନ୍ଧିତ ସତ୍ୟପାଠ ଏପ୍ରିଲ୍ ୨୩ ସୁଦ୍ଧା ଦାଖଲ କରିବା ପାଇଁ ଟ୍ରିବ୍ୟୁନାଲ ଶନିବାର ନିର୍ଦ୍ଦେଶ ଦେଇଛନ୍ତି ।
ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ. ଏମ୍. ଖାଠିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ଏନେଇ ଶୁଣାଣି ଶନିବାର ଅନୁଷ୍ଠିତ ହୋଇଥିଲା । ଉଭୟ ରାଜ୍ୟଙ୍କୁ ଶୁଣିବାପରେ ଟ୍ରିବ୍ୟୁନାଲ ମହାନଦୀ ଜଳ ବିବାଦ ନେଇ ସମସ୍ତ ପ୍ରମାଣଭିତ୍ତିକ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି । ଏହାଛଡ଼ା ଉଭୟ ରାଜ୍ୟ ଚାହିଁଲେ ଅତିରିକ୍ତ ତଥ୍ୟ ମଧ୍ୟ ଉପସ୍ଥାପନ କରିପାରିବେ ବୋଲି ଟ୍ରିବ୍ୟୁନାଲ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼ ନିଜ ନିଜର ସାକ୍ଷୀ ତାଲିକା ପ୍ରଦାନ କରିସାରିଛନ୍ତି । ଉଭୟ ରାଜ୍ୟଙ୍କ ସତ୍ୟପାଠ ମିଳିବା ପରେ ପରବର୍ତ୍ତୀ ତାରିଖଠାରୁ ଏହି ବିବାଦ ନେଇ ସେମାନଙ୍କ ସାକ୍ଷ୍ୟ ଗ୍ରହଣ କରାଯିବାର ସମ୍ଭାବନା ରହିଛି ।
Powered by Froala Editor