ଗାଡି ଚଢାଇଦେଲେ ବିଧାୟକ: ୭ପୋଲିସଙ୍କ ସହ ୨୨ଆହତ
ଚିଲିକା: ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଧବ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆସୁଥିବାବେଳେ ଲୋକ ଗହଳି ଥିବା ସ୍ଥାନକୁ ଗାଡି ପୂରାଇ ଦେଇଥିଲେ । ଲୋକଙ୍କ ଉପରକୁ ଗାଡି ମଡାଇ ଦେବାରୁ ୭ଜଣ ପୋଲିସଙ୍କ ସହ ୨୨ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ୧୫ଜଣ ବିଭିନ୍ନ ଦଳର ସମର୍ଥକ ଥିବା ସୂଚନା ମିଳିଛି ।
ଆହତଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଲୋକ ଓ ବାଣପୁର ଆଇଆଇସି ଗୁରୁତର ହୋଇଛନ୍ତି । ବିଧାୟକ ମଦ ପିଇ ଗାଡି ମଡାଇ ଦେଇଥିବା ଲୋକମାନେ ଅଭିଯୋଗ କରିଛନ୍ତି । ବିଧାୟକ ଗାଡି ମଡାଇବା ପରେ ଲୋକମାନେ ବିଧାୟକଙ୍କୁ ଗାଡିରୁ ଘୋଷାଡି ଆଣି ତଳେ ପକାଇ ଭୟଙ୍କର ଆକ୍ରମଣ କରିଛନ୍ତି । ଏଥିରେ ବିଧାୟକ ଲହୁ ଲୁହାଣ ହୋଇଯାଇଛନ୍ତି । ତାଙ୍କ ମୁଣ୍ଡରେ ଜୋରଦାର୍ ଆଘାତ ଲାଗିଛି । ତାଙ୍କୁ ପ୍ରାଥମିକ ଚିକିସôା ପାଇଁ ସ୍ଥାନୀୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୁଣ୍ଡରେ ୭ଟି ଷ୍ଟିଚ୍ ପଡିବା ସହ ତାଙ୍କର ବାନ୍ତି ହେଉଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତାଙ୍କ ଗାଡିକୁ ମଧ୍ୟ ପଥରରେ ଭାଙ୍ଗିରୁଜି ଚୁରମାର କରିଦେଇଛନ୍ତି ।
ତେବେ ଏହି ଦୁର୍ଘଟଣାରେ କେହି ମୃତୁ୍ୟବରଣ କରିନଥିବା ସୂଚନା ମିଳିଛି ।
Powered by Froala Editor