ମନ୍ଦିରରୁ ଅଷ୍ଟ ଧାତୁ ମୂର୍ତ୍ତି ଲୁଟି ନେଲେ
ପୁରୀ: ଗତ ଦୁଇ ଦିନ ତଳେ କଣାସ ବ୍ଲକ ଅଞ୍ଚଳର ଇସାଣେଶ୍ୱର ମନ୍ଦିରରୁ ଦୁର୍ବୃତ୍ତ ଅଷ୍ଟ ଧାତୁ ମୂର୍ତ୍ତି ଲୁଟି ନେଇଥିଲେ । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ଟେର ପାଇନଥିବା ବେଳେ ପୁଣି ମନ୍ଦିରରୁ ଲୁଟ ହୋଇଛି । ପୋଲିସକୁ ମନ୍ଦିର ଲୁଟେରାଙ୍କ ଖୁଲମ ଖୁଲା ଚ୍ୟାଲେଞ୍ଜ । ଚନ୍ଦନପୁର ଥାନା ବିରନରସିଂହପୁର ଗୋପୀନାଥ ମନ୍ଦିରରୁ ୫ ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି କରିନେଲେ ଚୋର। ଗତକାଲି ରାତିରେ ଏହି ଲୁଟ ହୋଇଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗତ ଏକ ମାସ ହେବ ପୁରୀ ଜିଲ୍ଲାର ଏକାଧିକ ମନ୍ଦିରରେ ଦୁର୍ବୃତ୍ତ ମାନେ ଲୁଟ କରି ଚାଲି ଥିବା ବେଳେ ପୋଲିସ ଏହା ଉପରୁ ପରଦା ଉଠାଇବାରେ ବିଫଳ ହୋଇଛି । ଫଳରେ ସାଧାରଣରେ ତୀଵ୍ର ଅସନ୍ତୋଷ ଦେଖାଦେଇଛି ।
Powered by Froala Editor