୧୮ ସ୍ତ୍ରୀଙ୍କ ସ୍ୱାମୀ ନକଲି ଡାକ୍ତରଙ୍କ ହେବ ଲାଏ ଡିଟେକସନ ଟେଷ୍ଟ
ଭୁବନେଶ୍ୱର: ୧୮ ସ୍ତ୍ରୀଙ୍କ ସ୍ୱାମୀ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ଲାଏ ଡିଟେକସନ ଟେଷ୍ଟ । ଏହି ଠକ ମାଷ୍ଟରର ସତ ଆଉ ମିଛ ଧରିବାକୁ କମିଶନରେଟ୍ ପୋଲିସ ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା । ପଲିଗ୍ରାଫ ଟେଷ୍ଟ ପାଇଁ ରମେଶଙ୍କ ମତାମତ ଲୋଡ଼ିଥିଲେ କୋର୍ଟ, ଆଉ ଏଥିପାଇଁ ସେ ରାଜିଥିବା କୋର୍ଟଙ୍କୁ କହିଥିଲେ । ରମେଶ ସ୍ୱାଇଁର ୧୮ଟି ବାହାଘର ଓ ଠକେଇ ସମେତ ସବୁ କଳା କାରନାମାର ସତ ଉଗାଳିବ କମିଶନରେଟ ପୋଲିସ । ସତ କହିବେ ମିଛ ଡାକ୍ତର । ୧୮ ପତ୍ନୀଙ୍କ ସ୍ୱାମୀ ରମେଶ ସ୍ୱାଇଁ ଠାରୁ ଗୋଟି ଗୋଟି କରି ସତ ଉଗାଳିବ କମିଶନରେଟ୍ ପୋଲିସର ପିଙ୍କ୍ ଟିମ୍ । କାହିଁକି ନା ଆଗକୁ ରମେଶର ହେବ ଲାଏ ଡିଟେକ୍ସନ୍ ଟେଷ୍ଟ ।
ନକଲି ଡାକ୍ତର ରମେଶ ସ୍ୱାଇଁ । କେତେ ସତ କହୁଛନ୍ତି ଆଉ କେତେ ମିଛ କହୁଛନ୍ତି । ଏହି ଠକ ମାଷ୍ଟରର ସତ ଆଉ ମିଛ ଧରିବାକୁ କମିଶନରେଟ୍ ପୋଲିସ ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ସତମିଛ ପରୀକ୍ଷା ପାଇଁ ଅଭିଯୁକ୍ତଙ୍କ ସହମତିର ଆବଶ୍ୟକତା ରହିଛି । ସେଥିପାଇଁ କୋର୍ଟଙ୍କ ଅନୁମତି କ୍ରମେ କୋର୍ଟ ରୁମରେ ହାଜର ହେଲେ ୧୮ ସ୍ତ୍ରୀଙ୍କ ସ୍ୱାମୀ ରମେଶ ସ୍ୱାଇଁ । ଏହି ପଲିଗ୍ରାଫ ଟେଷ୍ଟ ପାଇଁ ରମେଶଙ୍କ ମତାମତ ଲୋଡ଼ିଲେ କୋର୍ଟ । ଆଉ କିଛି ଭାବିବା ଆଗରୁ ସତମିଛ ପରୀକ୍ଷା ପାଇଁ ସେ ରାଜିଥିବା କୋର୍ଟଙ୍କୁ କହିଥିଲେ ।
ରମେଶଙ୍କ ପାଇଁ ୭୦ଟି ପ୍ରଶ୍ନ ପ୍ରସ୍ତୁତ କରିଛି ପିଙ୍କ ଟିମ୍ । ତେବେ ମିଳିଥିବା ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ହୋଇପାରେ ନକଲି ଡାକ୍ତରଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ।
Powered by Froala Editor