ତିନି ୱାର୍ଡମେମ୍ବରଙ୍କୁ ଅପହରଣ

ଭୁବନେଶ୍ୱର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ମତଦାନ ସମୟରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବାବେଳେ ଆଜି ନାଏବ ସରପଂଚ ନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ନାଏବ ସରପଂଚ ନିର୍ବାଚନ ନେଇ ୱାର୍ଡ ମେମ୍ବରଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି ।
ବଲାଙ୍ଗୀର ଓ ଯାଜପୁର ଜିଲ୍ଲାରେ ୩ ୱାର୍ଡମେମ୍ବରଙ୍କୁ ଅପହରଣ ହୋଇଥିବା ସୂଚନା ମିଳିଛିି । ବଲାଙ୍ଗିର ସାହାଜବାହାଲ ଗାଁ’ରେ ଦୁଇ ୱାର୍ଡମେମ୍ବର ଅପହୃତ ହୋଇଥିବାବେଳେ ଯାଜପୁର ପଣସା ପଞ୍ଚାୟତର ୱାର୍ଡ ମେମ୍ବରଙ୍କୁ ମଧ୍ୟ ଅପହରଣ କରାଯାଇଥିବା ଅଭିଯୋଗ ଆସିଛି । ଅପରଗୋଷ୍ଠୀ ଅପହରଣ କରିଥିବା ପରିବାର ପକ୍ଷରୁ କହାଯାଇଛି ।
Powered by Froala Editor