କେମିତି ହେବ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ, ଜାଣନ୍ତୁ ?

ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷା କରାଯିବ । ଅପ୍ରେଲ ୨୯ରୁ ମେ’ ୬ ପର୍ଯ୍ୟନ୍ତ ମାଟି୍ରକ ପରୀକ୍ଷା ଅନୁଷ୍ଠିତ ହେବ । ଏହାର ମୂଲ୍ୟାୟନ ପଦ୍ଧତି ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ପିଲାମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ, କିନ୍ତୁ ପରୀକ୍ଷା ପରିଚାଳନା ଅନ୍ୟ ସ୍କୁଲ ଶିକ୍ଷକଙ୍କ ଦ୍ୱାରା କରାଯିବ ।
ଚଳିତ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ତିନୋଟି ପଦ୍ଧତିରେ କରାଯିବ । ଦୁଇଟି ପଦ୍ଧତି ହେଉଛି ବିକଳ୍ପ ମୂଲ୍ୟାୟନ ପଦ୍ଧତି । ପ୍ରଥମ ପଦ୍ଧତିଟି ହେଉଛି ସମ୍ମେଟିଭ ଆସେସମେଂଟ ୧ ଓ ଇଂଟରନାଲ ଆସେସମେଂଟର ୱେଟେଜକୁ ୨ ଗୁଣ କରି ପରୀକ୍ଷା ଫଳ ନିର୍ଦ୍ଧାରିତ କରାଯିବ । ଚଳିତ ଥର ସବୁ ପିଲା ସମ୍ମେଟିଭ ଆସେସମେଂଟ ୨ ପରୀକ୍ଷା ଦେବାକୁ ବାଧ୍ୟ । ତେଣୁ ଦ୍ୱିତୀୟ ପଦ୍ଧତିଟି ହେଉଛି, ସମ୍ମେଟିଭ ଆସେସମେଂଟ ୨ର ୱେଟେଜକୁ ୨ ଗୁଣା କରାଯାଇ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ । ତୃତୀୟ ପଦ୍ଧତିଟି ହେଉଛି, ଇଂଟରନାଲ ଆସେସମେଂଟ ୨୦%, ସମ୍ମେଟିଭ ଆସେସମେଂଟ ୧କୁ ୩୦% ଓ ସମ୍ମେଟିଭ ଆସେସମେଂଟ ୨କୁ ୫୦% ୱେଟେଜ ଦିଆଯାଇ ନିର୍ଦ୍ଧାରିତ କରାଯିବ । ତିନୋଟି ପଦ୍ଧତି ମଧ୍ୟରୁ ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ଅଧିକ ନମ୍ବର ରଖିଥିବେ ତାହାକୁ ଛାତ୍ରଛାତ୍ରୀମାନଙ୍କ ଚୂଡ଼ାନ୍ତ ଫଳ ବୋଲି ଧରାଯିବ ।
ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତିଯେ, ୨୦୨୧-୨୨ ଶିକ୍ଷାବର୍ଷରେ ପରିସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଛି । ଶ୍ରେଣୀଗୃହର ଶିକ୍ଷାଦାନରେ ବି ଉନ୍ନତି ଘଟିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପୂର୍ବରୁ ମାଧ୍ୟମିକ ଶିକ୍ଷାା ପରିଷଦକୁ ଅନୁରୋଧ କରାଯାଇଥିଲା ସମସ୍ତଙ୍କ ସହ ଆଲୋଚନା କରିବା ପାଇଁ । କିଭଳି ଚଳିତ ବର୍ଷ ଦଶମ ପରୀକ୍ଷା ହେବ ସେନେଇ ଆଲୋଚନା ହୋଇସାରିଛି । ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିତଙ୍କ ସହ ବୋଡର଼୍ ପକ୍ଷରୁ ଆଲୋଚନା କରାଯାଇଛି ।
ଚଳିତ ବର୍ଷ ପରୀକ୍ଷା କରାଯିବ । ଆସେସମେଂଟ ପରୀକ୍ଷା କରାଯିବାକୁ ନିଷ୍ପତି ହୋଇଛି । ସମେଟିଭ ଆସେସମେଂଟ ପରୀକ୍ଷା ଦେବା ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟ ବିଦ୍ୟାଳୟର ଶିକ୍ଷକମାନେ ନିୟୋଜିତ ହେବେ । ଯଦି ନିଜ ସ୍କୁଲରେ ପରୀକ୍ଷା ହେବନାହିଁ ତେବେ ନିକଟତମ ପରୀକ୍ଷା କେନ୍ଦ୍ରରେ ହେବ ।
Powered by Froala Editor