ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ

ଛତିଶଗଡ: ଆଜି ସୁରକ୍ଷାକର୍ମୀଙ୍କ ଗୁଳି ଜଣେ ନକ୍ସଲ ନିପାତ ହୋଇଛି । ଚତିଶଗଡ ବିଜାପୁରରେ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା । ଡିଆରଜି ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ ସମୟରେ ଉଭୟ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଏନକାଉଣ୍ଟରରେ ଜଣେ ନକ୍ସଲର ମୃତୁ୍ୟ ହୋଇଛି ।
ସୂଚନା ଅନୁସାରେ ନିହତ ନକ୍ସଲ ମୁଣ୍ଡରେ ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଏହି ଗୁଳି ବିନିମୟରେ ଜଣେ ଡିଆରଜି ଯବାନ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
Powered by Froala Editor