ଆସନ୍ତା ୫ ଦିନ ଶୁଖିଲା ରହିବ ପାଗ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଖରା ଟାଣ ହେଲାଣି । ତେବେ ଓଡ଼ିଶାରେ ଆସନ୍ତା ୫ ଦିନ ପାଗ ମୁଖ୍ୟତଃ ଶୁଖିଲା କରହିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର । ଏହି ସମୟରେ ବିଶେଷ ଗରମ କିମ୍ବା ଥଣ୍ଡା ଅନୁଭୁତ ହେବ ନାହିଁ । ସମଗ୍ର ରାଜ୍ୟରେ ଦିନର ତାପମାତ୍ରା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ଯେହେତୁ ମାର୍ଚ୍ଚ ମାସରେ ଦିନର ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ଅଧିକ ରହିଥାଏ । ଆଗାମୀ ଦିନରେ ଏହା ଅଧିକ ଗରମ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପାଞ୍ଚଟି ସ୍ଥାନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରିଛି । ଅନୁଗୁଳ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୬.୧ ଡିଗ୍ରୀ ସେଲସିୟସ ଥିବାବେଳେ ଝାରସୁଗୁଡା, ତାଳଚର ଏବଂ ବାଲାଙ୍ଗୀର ୩୬ ଡିଗ୍ରୀ ସେଲସିୟସ ରେକର୍ଡ କରିଛନ୍ତି । ସେହିଭଳି ସମ୍ବଲପୁରରେ ୩୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
Powered by Froala Editor