ବାର୍ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଆସନ୍ତା ୨୬ତାରିଖରେ ଭୁବନେଶ୍ୱର ଓକିଲ ମହାସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବାର୍ ପକ୍ଷରୁ ଚୂଡାନ୍ତ ପ୍ରାର୍ଥୀପତ୍ର ପ୍ରକାଶିତ ହୋଇଛି । ନିର୍ବାଚନରେ ୫ଜଣ ସଭାପତି ପଦ ହାସଲ ପାଇଁ ପ୍ରାର୍ଥୀ ହୋଇଥିବାବେଳେ ସାଧାରଣ ସମ୍ପାଦକ ପଦ ଲାଗି ୩ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ବରିଷ୍ଠ ଓକିଲ ନିର୍ମଳ କିଶୋର ରଥ, ତୁଷାରକାନ୍ତି ମହାପାତ୍ର, ପ୍ରମୋଦ କୁମାର ପଟ୍ଟନାୟକ, ରବି ନାରାୟଣ ସାମନ୍ତରାୟ, ଶିବପ୍ରସାଦ ସିଂହ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ଉପସଭାପତି ପ୍ରାର୍ଥୀ ଭାବେ ଅଭିମନୁ୍ୟ ସ୍ୱାଇଁ , ଅଞ୍ଜନ କୁମାର ସାମନ୍ତରାୟ ନିର୍ବାଚନକୁ ଓହ୍ଲାଇଛନ୍ତି । ସାଧାରଣ ସମ୍ପାଦକ ପ୍ରାର୍ଥୀ ଭାବେ ବିଶ୍ୱ ନାରାୟଣ ମହାନ୍ତି, ରାଜକିଶୋର ଦାସ ଓ ତପନ କୁମାର ହରିଚନ୍ଦନ ଠିଆ ହୋଇଛନ୍ତି ।
କୋଷାଧ୍ୟକ୍ଷପଦ ନିର୍ବାଚନରେ ଦିବାକର ମିଶ୍ର, ଜଗଦୀଶ ବେହେରା, ମନେଶ କୁମାର ନାୟକ, ରଶ୍ମିଜିତ୍ କେଶରୀ ପ୍ରାର୍ଥୀ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ପଦ ପାଇଁ ଅମୂଲ୍ୟ ମହାନ୍ତି, ଅଶୋକ କୁମାର ବଡପଣ୍ଡା, ବିଜୟକୁମାର ସାହୁ , ଦିବ୍ୟଜ୍ୟୋତି ମହାନ୍ତି ଓ ସୁକାନ୍ତ କୁମାର ବେହେରାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ସହକାରୀ ସମ୍ପାଦକ ପାଇଁ ୨ଜଣଙ୍କ ପ୍ରାର୍ଥୀତ୍ୱ କାଏମ୍ ରହିଛି ।
ସେମାନେ ହେଲେ କାଳ ଚରଣ ସେଠୀ ଓ ରାଜେନ୍ଦ୍ର କୁମାର ଦାସ । ୮ଟି ନିର୍ବାହୀ ସଦସ୍ୟ ପଦ ପାଇଁ ଅବିନାଶ ମହାନ୍ତି, ଅଶୋକ କୁମାର ସାହୁ, ବିମଳ କେଶରୀ ଦାସ, ଚିତ୍ରସେନ ଶ୍ରୀଚନ୍ଦନ, ଦିପ୍ତୀରଞ୍ଜନ ଦଳେଇ, କୁଳଦୀପ ରାଉତରାୟ, ପ୍ରଦୀପ କୁମାର ପାଲ, ରମାକାନ୍ତ ସୁବୁଦ୍ଧି, ସବ୍ୟସାଚ୍ଚୀ ସୂତାର, ସୁରେଶ କୁମାର ଦାସ ପ୍ରାର୍ଥୀ ହୋଇଛନ୍ତି । ମହିଳା ନିର୍ବାହୀ ସଦସ୍ୟ ପ୍ରାର୍ଥୀ ବନ୍ଦିତା ସାମଲ ଓ ଅମ୍ରିତା ସାହୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି ।
Powered by Froala Editor