ପୂର୍ଣ୍ଣ ଟିକାକରଣରେ ଓଡିଶା ଆଗରେ

ଭୁବନେଶ୍ୱର: ପୂର୍ଣ୍ଣ ଟିକାକରଣରେ ଓଡିଶା ଅନ୍ୟ ରାଜ୍ୟମାନଙ୍କ ଠାରୁ ଆଗରେ । ଜାତୀୟ ହାରଠାରୁ ମଧ୍ୟ ବହୁ ଆଗରେ ରହିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଷ୍ଟିକରିଂ କମିଟି ବୈଠକରେ ଏହା ଜଣାପଡିଛି ।
ଲୋକସଭା ଭବନରୁ ଡିଜିଟାଲ ମୋଡରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ରାଜକୁମାର ଶର୍ମା କହିଛନ୍ତି, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ରିପୋର୍ଟ ଅନୁସାରେ ଓଡିଶାର ପୂର୍ଣ୍ଣ ଟିକାକରଣ ହାର ୯୦.୫% ହୋଇଛି । ଯାହାକି ଜାତୀୟ ହାର ୭୬.୪%ରୁ ପ୍ରାୟ ୧୪ପଏଣ୍ଟ ଅଧିକ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଜାତୀୟ ସ୍ତରରେ ସର୍ବପ୍ରଥମ ରହିଛି । ଶ୍ରୀ ବର୍ମା କହିଛନ୍ତି, ପୂର୍ଣ୍ଣ ଟିକାକରଣରେ ସାଧାରଣତଃ ୧୨ପ୍ରକାର ରୋଗର ନିବାରଣ ନିମନ୍ତେ ପ୍ରତିସେଧକ ଟିକା ଦିଆଯାଏ । ତଥ୍ୟ ଅନୁଯାୟୀ ୨୦ଟି ଜିଲ୍ଲାରେ ପୂର୍ଣ୍ଣ ଟିକାକରଣ ହାର ୯୦%ରୁ ଅଧିକ ଥିବାବେଳେ ୧୦ଟି ଜିଲ୍ଲାରେ ଏହା ୯୦%ରୁ କମ୍ ଅଛି । ସମନ୍ୱିତ-ମାନକ ଆକଳନ ଅନୁଯାୟୀ ରାଜ୍ୟର ୧୨ଟି ଜିଲ୍ଲରେ ୧୬୮ଟି ବ୍ଲକରେ ଇନ୍ଦ୍ରଧନୁଷ-୪.୦ର କାର୍ଯ୍ୟାନ୍ୱୟନ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି ।
Powered by Froala Editor