ଅଳ୍ପ ବୟସରେ ପାଚି ଯାଉଛି କି ଆପଣଙ୍କ କେଶ ? ଆପଣାନ୍ତୁ ଏହି ଟିପ୍ସ

୪୦ ବର୍ଷ ବୟସ ପରେ କେଶ ସାଧାରଣତଃ ଧଳା ଦେଖାଯାଏ ,କିନ୍ତୁ | ୨୦ କିମ୍ବା ୩୦ ବର୍ଷ ବୟସରେ କେଶ ଧଳା ଦେଖାଯିବା ଏକ ଦୁଃ ସ୍ୱପ୍ନ ପରି | ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ସମ୍ବନ୍ଧରେ ବତେଇବୁ ଯାହା ଦ୍ୱାରା ଧଳା କେଶରୁ ମୁକ୍ତି ପାଇ ପାରିବେ | ଆମେ ସମୟକୁ ଅଟକାଇ ପରିବା ନାହିଁ, ବିଶେଷକରି ବୟସକୁ | ବୟସ ବଢିବାର ସବୁଠାରୁ ସ୍ପଷ୍ଟ ଲକ୍ଷଣ ଦୁଇଟି ହେଉଛି , ଚମ ଲୋଚାକୋଚା ହୋଇଯିବା ଏବଂ କେଶ ଧଳା ପଡିଯିବା | କିନ୍ତୁ ଆପଣ ବ୍ୟସ୍ତ ହେବାର କିଛି ଆବଶ୍ୟକ ନାହିଁ | କାରଣ ଆଜି ଆମେ ଆପଣ ଙ୍କ ପାଇଁ କିଛି ଏମିତି ଟିପ୍ସ ନେଇକରି ଆସିଛୁ ଯାହାଦ୍ୱାରା ଆପଣଙ୍କର କେଶ ଧଳା ହେବାର ସମସ୍ୟାରୁ ମୁକ୍ତି ପାଇ ପାରିବେ | ଚାଲନ୍ତୁ ଜାଣିବା କେମିତି ?
ସେମି -ପରମାନେଣ୍ଟ ବିଧିର ପ୍ରୟୋଗ : ଯେଉଁ କେଶ ଧଳା ହୋଇସାରିଛି ଡାଇ କିମ୍ବା ରଙ୍ଗ ବିନା ଆଉ ଥରେ କଳା ହୋଇ ପାରିବ ନାହିଁ |
ସେ କ୍ଷେତ୍ରରେ ଅଧିକାଂଶ ଲୋକ ଧଳା କେଶକୁ ଲୁଚାଇବା ପାଇଁ କେଶ-କଳା କିମ୍ବା ଡାଇର ବ୍ୟବହାର କରନ୍ତି ଯାହା କେଶକୁ କ୍ଷତି ପହଞ୍ଚାଇ ଥାଏ |
ଧଳା କେଶକୁ କଳା କରିବାର ଉପାୟ –
ପ୍ରାକୃତିକ କେଶ ରଙ୍ଗ : ଧଳା କେଶକୁ ଲୁଚାଇବା ପାଇଁ କେଶରେ ପ୍ରାକୃତିକ ରଙ୍ଗର ବ୍ୟବହାର କରିବା | ଏଥିପାଇଁ ଆପଣ ହେନା ମେହେନ୍ଦୀର ବ୍ୟବହାର କରି ପାରିବା |
ମେହେନ୍ଦୀ ଓ କଫି ପେଷ୍ଟ : ମେହେନ୍ଦୀ ହେଉଛି ଧଳା କେଶକୁ କଳା କରିବାର ଏକ ସୁରକ୍ଷିତ ଉପାୟ | ଏହା ଏକ ପ୍ରାକୃତିକ କଣ୍ଡିସନର ଏବଂ କଲରେଣ୍ଟ ଅଟେ | କଫିରେ କେଫିନ ଥାଏ ଯେଉଁ ଥିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡେ଼ଣ୍ଟ ରହିଛି | ଯାହା କେଶକୁ ଗହବା ଏବଂ ଚିକ୍କଣ କରିଥାଏ | ଏହାକୁ ଲଗାଇବା ପାଇଁ ପାଣିକୁ ଗରମ କରି ସେଥିରେ ଏକ ଚାମଚ କଫି ମିଳାଇବେ |
ଏହା ଥଣ୍ଡା ହେବା ପରେ ସେହିଁ ପାଣିରେ ମେହେନ୍ଦୀ ପାଉଡର ମିଳାଇ ଏକ ଘଣ୍ଟା ପାଇଁ ଛାଡ଼ିଦେବେ | ତାପରେ ଏହାକୁ ଲଗାଇବା ପୂର୍ବରୁ ଏଥିରେ ହେୟାର ଅଏଲ ମିଶାଇ କେଶରେ ଲଗାଇବେ | ଏକ ଘଣ୍ଟା ପରେ ଧୋଇ ଦେବେ | କେଶ କଳା କରିବାର ଏହା ସବୁଠୁ ସୁନ୍ଦର ଉପାୟ |
Powered by Froala Editor