Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 27, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ସ୍ପେଶ ଷ୍ଟେଶନରେ ଶୁଭାଂଶୁଙ୍କୁ ଭବ୍ୟ ...

ରାଜ୍ୟ
Home ›› ରାଜ୍ୟ ››ୟୁକ୍ରେନ୍‌ରୁ ଫେରିଲେ ୭୭ ଓଡିଆ ଛାତ୍ରଛାତ୍ରୀ , ବିମାନବନ୍ଦରରେ ପିଲାଙ୍କ ଓ ପରିବାରର ଖୁସିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ୟୁକ୍ରେନ୍‌ରୁ ଫେରିଲେ ୭୭ ଓଡିଆ ଛାତ୍ରଛାତ୍ରୀ , ବିମାନବନ୍ଦରରେ ପିଲାଙ୍କ ଓ ପରିବାରର ଖୁସିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

2022-03-07 16:48:54
14417
Share:
Facebook
Twitter
E-Mail
WhatsApp
Telegram
ୟୁକ୍ରେନ୍‌ରୁ ଫେରିଲେ ୭୭ ଓଡିଆ ଛାତ୍ରଛାତ୍ରୀ , ବିମାନବନ୍ଦରରେ ପିଲାଙ୍କ ଓ ପରିବାରର ଖୁସିରେ ସାମିଲ ହେଲେ  ମୁଖ୍ୟମନ୍ତ୍ରୀ

ଦୀର୍ଘ ୧୨ ଦିନର ଉତ୍କଣ୍ଠା ଓ ଆଶଙ୍କାର ଆଜି ଅନ୍ତ ଘଟିଛି ୤ ୟୁକ୍ରେନ୍‌ରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ଆଣିଛି ଆଶ୍ବସ୍ତି ୤ ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍‌ରେ ପାଠ ପଢୁଥିବା ୭୭ ଓଡିଆ ଛାତ୍ରଛାତ୍ରୀ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ୤  


ଓଡିଶା ଫେରିଆସିଥିବା ଛାତ୍ରଛାତ୍ରୀ ମାନଙ୍କ ପରିବାରର ଏହି ଆନନ୍ଦମୟ ମୁହୂର୍ତ୍ତରେ ବିମାନବନ୍ଦରରେ ସେମାନଙ୍କ ସହ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୤ ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନ ଆଜି ନୂଆଦିଲ୍ଲୀରୁ ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ସଂଧ୍ୟା ୦୫.୩୦ ମିନିଟରେ ଭୁବନେଶ୍ବରରେ ପହଞ୍ଚିଥିଲା ୤ ଯୁଦ୍ଧ ଅଞ୍ଚଳରୁ  ଫେରିଆସିଥିବା ପିଲାମାନଙ୍କୁ ପାଖରେ ପାଇ ବାପା ମାଙ୍କ ଆଖିରୁ ଝରିପଡିଥିଲା ଆନନ୍ଦର ଅଶ୍ରୁ ୤ ହୃଦୟରେ ଆସିଥିଲା ଆଶ୍ବସ୍ତି ୤ ପିଲାମାନଙ୍କ ନିରାପଦ ଉଦ୍ଧାର ପାଇଁ ସେମାନେ ସମସ୍ତେ ମୁଖ୍ୟମନ୍ତ୍ରୀ    ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ୤ ମୁଖ୍ୟମନ୍ତ୍ରୀ ନିଜେ ବିମାନବନ୍ଦରେ ଉପସ୍ଥିତ ରହି ପିଲାମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ୤ ସେମାନେ ଆଗକୁ ଯେପରି ପାଠ ପଢିପାରିବେ, ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବସନା ଦେଇଥିଲେ ।


ସୂଚନାଯୋଗ୍ୟ ଯେ ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନରୁ ପିଲାମାନଙ୍କୁ ଉଦ୍ଧାର କରିବାପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିଲେ ୤ ଦୁଇଟି ବସ୍‌ ଯୋଗେ ସେମାନଙ୍କୁ ଯୁଦ୍ଧ ଅଂଚଳରୁ ନିରାପଦ ଉଦ୍ଧାର କରାଯାଇଥିଲା ୤ ଏତଦ୍‌ ବ୍ୟତୀତ ସେମାନଙ୍କ ପାଠପଢାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଦେଶର ମେଡିକାଲ କଲେଜରେ ସେମାନଙ୍କ ପାଠପଢା ପାଇଁ ବ୍ୟବସ୍ଥା  କରିବାପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ୤


ମୁଖ୍ୟମନ୍ତ୍ରୀଙ୍କ  ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ପିଲାମାନଙ୍କ ସହିତ ଆଲୋଚନା କରିଥିଲେ ।

Powered by Froala Editor

Tags Naveen Patnaik , Odisha , Chief minister, Russia, Ukraine

Related articles Odisha News Lens 4.1

  • ମା’ ହେବାକୁ ଯାଉଛନ୍ତି ଅଙ୍କିତା
    ମନୋରଞ୍ଜନ

    ମା’ ହେବାକୁ ଯାଉଛନ୍ତି ଅଙ୍କିତା

    14973
    Jun 26, 2025
  • ଏଣିକି ଆଉ ଶୁଭିବନି ଅମିତାଭ ବଚ୍ଚନଙ୍କ ସାଇବର କଲର୍‌ ଟ୍ୟୁନ୍‌
    ମନୋରଞ୍ଜନ

    ଏଣିକି ଆଉ ଶୁଭିବନି ଅମିତାଭ ବଚ୍ଚନଙ୍କ ସାଇବର କଲର୍‌ ଟ୍ୟୁନ୍‌

    15154
    Jun 26, 2025
  • ମହାକାଶରୁ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ପଠାଇଲେ ଶୁଭାଂଶୁ ଶୁକ୍ଳା
    ଦେଶ-ଦେଶାନ୍ତର

    ମହାକାଶରୁ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ପଠାଇଲେ ଶୁଭାଂଶୁ ଶୁକ୍ଳା

    14930
    Jun 26, 2025
  •  ୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?
    ବିଶେଷ

    ୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?

    15586
    Jun 26, 2025
  • ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ
    ବିଶେଷ

    ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ

    13857
    Jun 26, 2025
  • ରିଲ୍ସ କରୁ କରୁ ୧୩ ମହଲାରୁ ପଡିଗଲେ ଯୁବତୀ
    ଦେଶ-ଦେଶାନ୍ତର

    ରିଲ୍ସ କରୁ କରୁ ୧୩ ମହଲାରୁ ପଡିଗଲେ ଯୁବତୀ

    15357
    Jun 26, 2025
  • ସ୍ପେଶ ଷ୍ଟେଶନରେ ଶୁଭାଂଶୁଙ୍କୁ ଭବ୍ୟ ସ୍ବାଗତ
    ଦେଶ-ଦେଶାନ୍ତର

    ସ୍ପେଶ ଷ୍ଟେଶନରେ ଶୁଭାଂଶୁଙ୍କୁ ଭବ୍ୟ ସ୍ବାଗତ

    15337
    Jun 26, 2025
  •  ତିଆରି କରୁଛି ପାକିସ୍ତାନ, ଆଇସିବିଏମ୍‌ର ଲକ୍ଷ୍ୟ ଭେଦ ଦୂରତା ୫୫୦୦ କିମି
    ଦେଶ-ଦେଶାନ୍ତର

    ତିଆରି କରୁଛି ପାକିସ୍ତାନ, ଆଇସିବିଏମ୍‌ର ଲକ୍ଷ୍ୟ ଭେଦ ଦୂରତା ୫୫୦୦ କିମି

    14704
    Jun 26, 2025
  • ଋଣ ଶୁଝିବା ଲାଗି କରୁଥିଲେ ଗୁପ୍ତଚର କାମ, ନୌସେନା କର୍ମଚାରୀ ଗିରଫ
    ଦେଶ-ଦେଶାନ୍ତର

    ଋଣ ଶୁଝିବା ଲାଗି କରୁଥିଲେ ଗୁପ୍ତଚର କାମ, ନୌସେନା କର୍ମଚାରୀ ଗିରଫ

    13911
    Jun 26, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମହାକାଶରୁ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ପଠାଇଲେ ଶୁଭାଂଶୁ ଶୁକ୍ଳା

    14930
    Jun 26, 2025
  • ମନୋରଞ୍ଜନ

    ମା’ ହେବାକୁ ଯାଉଛନ୍ତି ଅଙ୍କିତା

    14973
    Jun 26, 2025
  • ଦେଶ-ଦେଶାନ୍ତର

    ଅପରେଶନ ସିନ୍ଦୁର ତଥ୍ୟ ଦେଇଥିଲେ ନୌସେନା କିରାଣି, ଗିରଫ କଲା ଗୁଇନ୍ଦା ବିଭାଗ

    13397
    Jun 26, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16591
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16709
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17021
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15511
    Apr 03, 2021

ବିଶେଷ

  • ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ

    13857
    Jun 26, 2025
  • ୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?

    15586
    Jun 26, 2025
  • ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14827
    Jun 25, 2025
  • ବଦଳାନ୍ତୁ ଆଙ୍ଗୁଠି ଫୁଟାଇବା ଅଭ୍ୟାସ, ନହେଲେ ଭୋଗିବେ ସାଙ୍ଘାତିକ ସମସ୍ୟା

    15374
    Jun 25, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    15363
    Jun 24, 2025

ବାଣିଜ୍ୟ

ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

ଭୁବନେଶ୍ୱର - ୬୦ ବର୍ଷରୁ ଅଧିକ ଇତିହାସ ଥିବା ଭାରତର ଅନ୍ୟତମ ସର୍ବାଧିକ ଖ୍ୟାତିସମ୍ପନ୍ନ ହେୟାର କଲର (କେଶ ରଙ୍ଗ) ବ୍ରାଣ୍ଡ୍‌ ଭାସମଲ୍‌ ପ୍ରାକୃତିକ ହେନାର ଚିରନ୍ତନ ପରମ୍ପରାରେ ମୂଳ ରଖୁଥିବା ତାହାର ଆଧୁ ...

  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15532
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15002
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14823
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14826
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଋଣ ଶୁଝିବା ଲାଗି କରୁଥିଲେ ଗୁପ୍ତଚର କାମ, ନୌସେନା କର୍ମଚାରୀ ଗିରଫ

    13911
    Jun 26, 2025
  • ମହାକାଶରୁ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ପଠାଇଲେ ଶୁଭାଂଶୁ ଶୁକ୍ଳା

    14930
    Jun 26, 2025
  • ରିଲ୍ସ କରୁ କରୁ ୧୩ ମହଲାରୁ ପଡିଗଲେ ଯୁବତୀ

    15357
    Jun 26, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In