ଏହି ଦୁଇଟି ଜିନିଷ ଖାଇଲେ କମିବ ଆୟୁଷ!

ସୁସ୍ଥ ଓ ଫିଟ୍ ରହିବା ପାଇଁ ଲୋକେ ସେହି ସବୁ କାମ କରନ୍ତି , ଯେଉଁଥିରେ ସେମାନେ ନିଜର ଦୈନନ୍ଦିନ କାମକୁ ସହଜରେ କରି ପାରନ୍ତି। ଏଥିପାଇଁ ସକାଳେ ଉଠି ଗରମ ପାଣି ପିଇବା ଠାରୁ ନେଇ ରାତିରେ ଖାଇବା ପିଇବା ପରେ ବୁଲିବା ଆଦି କାମ କରିବାରେ ବି ପଛରେ ରୁହନ୍ତି ନାହିଁ । ହେଲେ ଏକ୍ସପର୍ଟମାନେ କୁହନ୍ତି ସୁସ୍ଥ ଓ ଫିଟ୍ ରହିବାରେ ସବୁଠୁ ଅଧିକ ଯାହା ସାହାଯ୍ୟ କରିଥାଏ ତାହା ହେଉଛି ଡାଇଟ୍ ।
ନିକଟରେ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି କି ଯେଉଁ ଲୋକ ନିଜର ଡାଇଟ୍ରେ ରେଡ୍ ମିଟ୍ ଓ ପ୍ରୋସେସ୍ଡ ମିଟ୍ ବଦଳରେ ନିଜର ଡାଇଟ୍ରେ ଡାଲି , ସବୁଜ ପନି ପରିବା , ଶସ୍ୟ ଜାତୀୟ ଖାଦ୍ୟ ସାମିଲ କରିଥାନ୍ତି , ସେମାନେ ୧୩ ବର୍ଷ ଅଧିକ ଜୀବିତ ରହିପାରନ୍ତି । ଏହା ବି କୁହାଯାଇଛି କି ଯଦି କିଏ ବୟସ୍କ ବ୍ୟକ୍ତି ମଧ୍ୟ ନିଜର ଡାଇଟ୍ରେ ଏଇ ସବୁ ଫୁଡ୍ସକୁ ସାମିଲ କରନ୍ତି , ସେ ବି ମଧ୍ୟ ୩ରୁ ୮ବର୍ଷ ଅଧିକ ଜୀବିତ ରହି ପାରନ୍ତି ।
ବିଶେଷଜ୍ଞମାନେ କହିଛନ୍ତି କି ରେଡ୍ ଓ ପ୍ରୋସେସ୍ଡ ମିଟ୍ର ସେବନ ବନ୍ଦ କରିବାକୁ ହେବ , କାରଣ ଏଥିରେ ଫ୍ୟାଟ୍ ଓ ଲୁଣ ଅଧିକ ମାତ୍ରାରେ ଥାଏ । ଯଦି ଏହାକୁ ସଂପୂର୍ଣ୍ଣ ରୂପେ ଖାଇବା ବନ୍ଦ କରିଦିଅନ୍ତି , ତ ୪ ବର୍ଷ ଅଧିକ ଜୀବିତ ରହି ପାରନ୍ତି । ଡାଇଟ୍ରେ ଏହି ପରିବର୍ତ୍ତନରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ମଧ୍ୟରେ ଅଧିକ ଅନ୍ତର ଦେଖିବାକୁ ମିଳିଛି।
Powered by Froala Editor