ଘରୋଇ ଟିପ୍ସ ଆପଣାନ୍ତୁ, ଗ୍ଲୋଇଙ୍ଗ୍ ସ୍କିନ୍ ପାଆନ୍ତୁ
ଭୁବନେଶ୍ୱର: ସୁସ୍ଥ ସୁନ୍ଦର ଏବଂ ଗ୍ଲୋଇଙ୍ଗ୍ ସ୍କିନ୍ ପାଇବା ପାଇଁ କାହାର ବା ଇଚ୍ଛା ନଥାଏ । ହେଲେ ଆଜିକାଲି ଜଳବାୟୁ ପରିବର୍ତ୍ତନ ଯୋଗୁଁ , ଅନେକ ଲୋକଙ୍କ କ୍ଷେତ୍ରରେ ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଦେଖା ଦେଉଛି । ଯାହା ଦ୍ୱାରା ତ୍ୱଚାର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୋଇଥାଏ । ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଗ୍ଲୋଇଙ୍ଗ୍ ସ୍କିନ୍ ପାଇଁ ବିଭିନ୍ନ କେମିକାଲ ଯୁକ୍ତ ପ୍ରଡକ୍ଟକୁ ତ୍ୱଚାରେ ବ୍ୟବହାର କରୁଛନ୍ତି । କିନ୍ତୁ ଗ୍ଲୋଇଙ୍ଗ୍ ସ୍କିନ୍ ପାଇଁ କେମିକାଲ ଯୁକ୍ତ ପ୍ରଡକ୍ଟ ନୁହେଁ, ବରଂ କିଛି ଘରୋଇ ଟିପ୍ସ ବିଷୟରେ ଆସନ୍ତୁ ଜାଣିବା ।
- ସୁସ୍ଥ,ସୁ ନ୍ଦର ଏବଂ ଗ୍ଲୋଇଙ୍ଗ୍ ସ୍କିନ୍ ପାଇଁ, ସର୍ବପ୍ରଥମେ ପ୍ରଚୁର ପାଣି ପିଇବା ଆବଶ୍ୟକ । ଏହା ଦ୍ୱାରା ତ୍ୱଚା ଉଜ୍ୱଳ ହୋଇଥାଏ ।
- ଗ୍ଲୋଇଙ୍ଗ୍ ସ୍କିନ୍ ପାଇଁ ପ୍ରତିଦିନ ଯେ କୌଣସି ତାଜା ଫଳ ରସ ପିଇବା ଆବଶ୍ୟକ । ଏହା ଦ୍ୱାରା ତ୍ୱଚା ସୁନ୍ଦର ହେବା ସହିତ , ପ୍ରାକୃତିକ ଚମକ ଆସିଥାଏ ।
- ଗ୍ଲୋଇଙ୍ଗ ସ୍କିନ୍ ପାଇଁ ପ୍ରତିଦିନ ଉତ୍ତମ ନିଦର ଆବଶ୍ୟକତା ରହିଛି । ତେଣୁ ପ୍ରତିଦିନ ଅତି କମରେ ୭ ରୁ ୮ ଘଂଟା ଶୋଇବା ଉଚିତ୍ ।
- ସୁସ୍ଥ, ସୁନ୍ଦର ଓ ଗ୍ଲୋଇଙ୍ଗ୍ ସ୍କିନ୍ ପାଇଁ ନିଜ ଖାଦ୍ୟ-ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ । ଖାସକରି କମଳା, ଲେମ୍ବୁ ଭଳି ଭିଟାମିନ୍ ‘ସି’ ଯୁକ୍ତ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ଏହା ଦ୍ୱାରା ତ୍ୱଚାରେ ପ୍ରାକୃତିକ ଚମକ ଆସିଥାଏ ।
Powered by Froala Editor