ପୋଲିସ ଗାଡି ଓଲିଟିବା ଘଟଣା, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ନବରଙ୍ଗପୁର: ନବରଙ୍ଗପୁରରେ ପୋଲିସ ଗାଡି ଓଲିଟିବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ବସ୍ ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ବିଷୟରେ ଜାଣି ସେ ଦୁଃଖିତ ଥିବା ଟ୍ବିଟ୍ କରି ଜଣାଇଛନ୍ତି । ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ହେବାକୁ ଥିବା ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ୪୫ରୁ ଅଧିକ ଗ୍ରାମରଖିଙ୍କୁ ନେଇ ନବରଙ୍ଗପୁର ପୋଲିସ ରିଜର୍ଭ ଅଫିସରୁ କୋଷାଗୁମୁଡ଼ା ଅଭିମୁଖେ ଯାଉଥିବା ବସ ସୋରିଷପଦରର ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣ ଗ୍ରାମରକ୍ଷୀଙ୍କ ମୃତ୍ୟୁ ହୋଇଥିଲା । ୨୫ରୁ ଅଧିକ ଆହତ ହୋଇଛନ୍ତି । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।
Powered by Froala Editor