କୋଟିଆରେ ୧୨ଟା ସୁଦ୍ଧା ୪୦ପ୍ରତିଶତ ମତଦାନ

ଜଗତସିଂହପୁର: ରାଜ୍ୟରେ ପଡ଼ୁଛି ପଞ୍ଚାୟତ ଭୋଟ । ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଦାନ ଜାରି ରହିଛି । ତେବେ କୋଟିଆରେ ଦିନ ୧୨ଟା ସୁଦ୍ଧା ୪୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ଜଣାଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଆନ୍ଧ୍ରର ଷଡ଼ଯନ୍ତ୍ରକୁ ମାତ୍ ଦେଇ ନେତା ବାଛୁଛନ୍ତି ଜନତା । କୋଟିଆ ପଞ୍ଚାୟତର ୨୮ ଗାଁ’ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ମୋଟ ୫ ହଜାର ୧୯୭ ଜଣ ଭୋଟରଙ୍କ ପାଇଁ ୧୩ଟି ବୁଥ ପ୍ରସ୍ତୁତ ହୋଇଛି । ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲା ପ୍ରଶାସନର ଫୋକସରେ ରହିଛି କୋଟିଆ । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ କୋଟିଆରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ବରିଷ୍ଠ ଅଧିକାରୀମାନେ ମଧ୍ୟ କୋଟିଆକୁ ଯାଇ ସ୍ଥିତି ପରଖିଛନ୍ତି । ଅବାଧ, ମୁକ୍ତ ଓ ସୁରୁଖୁରୁରେ ନିର୍ବାଚନକୁ ଗୁରୁତ୍ବ ଦେଇଛି ପ୍ରଶାସନ । ସେପଟେ ଗତକାଲି ରାତ୍ରିରୁ ଆନ୍ଧ୍ରପ୍ରଦେଶ ସୀମା ସିଲ୍ କରିବା ସହିତ ସବୁ ଗାଡ଼ିକୁ ଯାଞ୍ଚ କରୁଛି ପ୍ରଶାସନ ।
ଅନ୍ୟପକ୍ଷରେ ରାଜ୍ୟବ୍ୟାପୀ ଦିନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ସକାଳ ୯ଟା ସୁଦ୍ଧା ୨୦ ପ୍ରତିଶତ ଭୋଟଦାନ ହୋଇଥିଲା ।
Powered by Froala Editor