ମର୍ମନ୍ତୁଦ ଦୁର୍ଘଟଣା, ଡ୍ରାଇଭର ଓ ହେଲପର୍ ଦଗ୍ଧ

ବଡ଼ବିଲ : ହାଇୱାକୁ ପଛପଟୁ ପିଟି ଜଳିଗଲା ଟ୍ରେଲର। ଜୀଅନ୍ତା ଜଳିଗଲେ ଡ୍ରାଇଭର ଓ ହେଲପର । ୫୨୦ ନମ୍ବର ଜାତୀୟ ରାଜପଥ ନାରଦପୁର ଶିଶୁମନ୍ଦିର ଛକ ନିକଟରେ ଗୁରୁବାର ମଧ୍ୟରାତ୍ରୀରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ୫୨୦ ନମ୍ବର ଜାତୀୟ ରାଜପଥ ନାରଦପୁର ଶିଶୁମନ୍ଦିର ଛକ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ହାଇଓ୍ବାକୁ ପଛପଟୁ ଧକ୍କା ଦେଇଥିଲା ଟ୍ରେଲର । ଦୁର୍ଘଟଣା ଯୋଗୁଁ ଟ୍ରେଲରରେ ନିଆଁ ଲାଗିଯାଇଥିଲା । ଫଳରେ ଟ୍ରେଲରର ଡ୍ରାଇଭର ଓ ହେଲପର ଜୀଅନ୍ତା ଜଳିଯାଇଛନ୍ତି । ଖବର ପାଇ ଚମ୍ପୁଆ ଓ ଯୋଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
Powered by Froala Editor