ବୁଥ୍ ଭିତରେ ପଶି ଭାଙ୍ଗିଲେ ଭୋଟ ବାକ୍ସ

ଜଗତସିଂହପୁର: ବାଜି ସାରିଛି ପଞ୍ଚାୟତ ନିର୍ବାଚନ ବିଗୁଲ । ଆଜି ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ଗ୍ରହଣ କରାଯିବ । ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ଭୋଟିଂ ହେଉଛି । ଶାନ୍ତି ଶୃଙ୍ଖଳାର ସହିତ ଭୋଟ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସରକାରଙ୍କ କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି ଦୁର୍ବୃତ୍ତ । ପ୍ରଥମ ପର୍ଯ୍ୟାୟ ମତଦାନରେ ବିଭିନ୍ନ ଜିଲ୍ଲାରେ ବ୍ୟାପକ ହିଂସା ଦେଖିବକୁ ମିଳିଥିବାବେଳେ ଆଜି ମଧ୍ୟ ସମାନ ସ୍ଥିତି ସାମ୍ନାକୁ ଆସିଛି ।
ମତଦାନ ଚାଲିଥିବାବେଳେ ଦୁର୍ବୃତ୍ତମାନେ ହିଂସାକାଣ୍ଡ ଘଟାଇଛନ୍ତି । ଜଗତସିଂହପୁର ଜିଲ୍ଳା ସଦର ବ୍ଲକ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥରେ ହିଂସାକାଣ୍ଡ ଘଟିଛି । ଗୋଟିଏ ବୁଥ ଭିତରେ ଦୁର୍ବୃତ୍ତମାନେ ବୁଥ୍ ଭିତରେ ପଶି ଭୋଟ ବାକ୍ସ ଭାଙ୍ଗିଦେଇଥିବା ସୂଚନା ମିଳିଛି । ଆଉ ଗୋଟିଏ ବୁଥରୁ ଭୋଟ ବାକ୍ସ ନେଇ ଦୁର୍ବୃତ୍ତମାନେ ପଳାଇଛନ୍ତି । ଏଥିପାଇଁ ପଟସରା କେନ୍ଦ୍ରରେ ବି ଉତ୍ତଜନା ସୃଷ୍ଟି ହୋଇଛ ଓ ଉକ୍ତ ବୁଥରେ ମତଦାନ ବନ୍ଦ ରହିଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ସକାଳ ୯ଟା ସୁଦ୍ଧା ୨୦ ପ୍ରତିଶତ ଭୋଟଦାନ ହୋଇଥିବା ଜଣାଯାଇଛି । ୨୦ ପ୍ରତିଶତ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor