ଭୋଟ ଛୁଟି ପାଇଁ ଶ୍ରମ ବିଭାଗର ବଡ଼ ନିର୍ଦ୍ଦେଶ,ଜାଣନ୍ତୁ କ’ଣ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଲାଗି ଆସନ୍ତା ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ ହେବ । ନାଗିରକମାନେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ । ଏଥିଲାଗି ଏହି ଦିନଗୁଡ଼ିକରେ ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ସବେତନ ସହ ଛୁଟି ଦେବାକୁ ଶ୍ରମ ବିଭାଗ ସଂସ୍ଥାଗୁଡ଼ିକ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।ଏହି ନିୟମ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁହେବ । କର୍ମଚାରୀଙ୍କ ଆବେଦନ ସତ୍ତ୍ବେ ଛୁଟି ନଦେଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ । ଆସନ୍ତା ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ ହେବ । ଭୋଟ ପାଇଁ ସବେତନ ଛୁଟି ଦେବାକୁ ଶ୍ରମ ବିଭାଗ ନିର୍ଦ୍ଦେଶ ଦେଇଛି । ବେସରକାରୀ ସଂସ୍ଥାରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କୁ ଭୋଟ ପାଇଁ ଛୁଟି ଦିଆଯିବ ।ତେବେ ବ୍ୟବସାୟ ସଂଗଠନ ୧୬ ରୁ ୨୪ ମଧ୍ୟରେ ନିର୍ବାଚନ ଦିନ ଶ୍ରମିକଙ୍କୁ ମଧ୍ୟ ସବେତନ ଛୁଟି ଦେବାକୁ କୁହାଯାଇଛି । ଅର୍ଥାତ୍ ଏହି ଦିନଗୁଡ଼ିକରେ ଶ୍ରମିକମାନେ ଭୋଟ ପାଇଁ ଛୁଟି ନେଲେ ସେମାନଙ୍କ ବେତନ କଟାଯିବ ନାହିଁ । ଅନ୍ୟପଟେ ଛୁଟି ନଦେଲେ ଆଇନରେ ଦଣ୍ଡିତ ହେବେ କର୍ତ୍ତୃପକ୍ଷ । ଛୁଟି ପାଇଁ ଭୋଟର ତାଲିକା ଦେଖାଇବାକୁ ପଡିବ ।
Powered by Froala Editor