ଆଜି ଛତିଶା ନିଯୋଗ ବୈଠକ, ଏହି ବିଷୟରେ ହେବ ଆଲୋଚନା

ପୁରୀ : ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । ଏହି ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଗାକୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଆଜି ବସିବ ଛତିଶାନିଯୋଗ ବୈଠକ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବସିବାକୁ ଯାଉଛି ଛତିଶା ନିଯୋଗ ବୈଠକ । ଅପରାହ୍ନ ସାଢେ ୩ଟାରେ ନିଳାଦ୍ରୀ ଭକ୍ତ ନିବାସରେ ଏହି ବିଷୟରେ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।
ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଭକ୍ତ ଦର୍ଶନ କରିପାରିବେ କି ନାହିଁ, ସେନେଇ ଆଲୋଚନା ହେବ । ଶୃଙ୍ଖଳିତ ନିତିକାନ୍ତି ନେଇ ସେବାୟତ ନିଯୋଗକୁ ପରାମର୍ଶ ଦିଆଯିବ । କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କୋଭିଡ ପ୍ରମାଣପତ୍ର ଦର୍ଶନ ବ୍ୟବସ୍ଥାରୁ ହଟିବ କି ନାହିଁ, ସେନେଇ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
Powered by Froala Editor