ନିର୍ବାଚନୀ ହିଂସା, ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ବୋମା ମାଡ

ନରସିଂହପୁର: ସବୁଆଡେ ନିର୍ବାଚନୀ ମାହୋଲ । ସରଗରମ୍ ହୋଇଛି ରାଜନୈତିକ ମଇଦାନ । ଜମୁଛି ନିର୍ବାଚନ ପ୍ରଚାର । ବିଭିନ୍ନ ଦଳର ପ୍ରାର୍ଥୀମାନେ ଘରକୁ ଘର ବୁଲି ଜୋରଦାର ପ୍ରଚାର ଚାଲିଛି । ଏହାରି ଭିତରେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶୀଲ କୁମାର ମଲିକଙ୍କ ଘର ଉପରକୁ ବୋମାମାଡ ହୋଇଛି । ଏଥିରେ ତାଙ୍କ ଘରର ଆଜବେଷ୍ଟ ଭାଙ୍ଗିବା ସହ ଆସବାବପତ୍ର ନଷ୍ଟ ହୋଇଯାଇଛି । ଏନେଇ ସୁଶାନ୍ତ ନରସିଂହପୁର ଥାନାରେ ଅଭିଯୋଗ କରିଛନ୍ତି । ସୁଶୀଲ ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।
ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ତିନିଜଣ ଦୁର୍ବୃତ୍ତ କାର୍ରେ ଆସି ସୁଶୀଲଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିଲେ । ପୂର୍ବରୁ ସୁଶାନ୍ତଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କ ବ୍ୟାନର ଚିରି ଦେଇଥିବା ଅଭିଯୋଗ କରିଛନ୍ତି ।
Powered by Froala Editor