ଆଜି ଦେଶରେ କରୋନା ନେଲା ୩୪୬ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହ୍ରାସ ପାଉଛି କରୋନା ଗ୍ରାଫ । ଏହାସହ କରୋନାର ନୂଆ ଭାରିଆ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଦେଶରେ ୩୪ହଜାର ୧୧୩କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୪୬ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ଲକ୍ଷ ୯ହଜାର ୧୧କୁ ବୃଦ୍ଧି ପାଇଛି ।
ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲାରେ ହ୍ରାସ ପରିଲକ୍ଷିତ ହେଉଛି । ଆଜି ଦେଶରେ କରୋନା ଜନିତ ସକ୍ରିୟ ମାମଲା ରହିଛି ୪ଲକ୍ଷ ୭୮ହଜାରରେ ୮୮୨ରହିଛି । ଗତ ୨୪ଘଣ୍ଟାରେ କରୋନାକୁ ମାତ୍ ଦେଇଛନ୍ତି ୯୧ହଜାର ୯୩୦ଜଣ । ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୧୬ଲକ୍ଷ ୭୭ହଜାର ୬୪୧ରେ ପହଞ୍ଚି ଯାଇଛି । ୨୪ଘଣ୍ଟାରେ କରୋନାକୁ ମାତ୍ ଦେଇଛନ୍ତି ୯୧ହଜାର ୯୩୦ଜଣ । ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୧୬ଲକ୍ଷ ୭୭ହଜାର ୬୪୧ରେ ପହଞ୍ଚି ଯାଇଛି । ଅନ୍ୟପଟେ କରୋନାର ମୁକାବିଲା ପାଇଁ ଦେଶରେ ଏବେ ବି ଟିକାକରଣ ଜୋରଦାର ଚାଲିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଟିକାକରଣ ସଂଖ୍ୟା ୧୭୩କୋଟି ଟପିଛି । ସେଥିମଧ୍ୟରେ ୯୦କୋଟି ୫୦ଲକ୍ଷରୁ ଅଧିକ ପ୍ରଥମ ଡୋଜ ନେଇଥିବାବେଳେ ୭୪କୋଟିରୁ ଅଧିକ ଦ୍ୱିତୀୟ ଡୋଜ ନେଇଛନ୍ତି ।
Powered by Froala Editor