ଆଜି ବିଶ୍ୱ ରେଡିଓ ଦିବସ
ଆଜି ବିଶ୍ୱ ରେଡିଓ ଦିବସଭୁବନେଶ୍ୱର : ଏକଦା ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଭାବେ ପରିଚିତ ରେଡିଓ ଏବେ ନୂଆ ରୂପ ଓ ନୂଆ ରଙ୍ଗରେ ଶ୍ରୋତାଙ୍କ ମନ କିଣୁଛି । ଅନ୍ୟ ବୈଦ୍ୟୁତିକ ଗଣମାଧ୍ୟମ ତୁଳନାରେ ସବୁ ପରିସ୍ଥିତିରେ ଓ ସବୁ ସ୍ଥାନରେ ପହଞ୍ଚି ଅଗଣିତ ଶ୍ରୋତାଙ୍କ ବିଶ୍ୱାସଭାଜନ ହୋଇପାରିଛି । ଚାଷୀ, ମୂଲିଆ, ମଜୁରିଆ ଶ୍ରେଣୀର ଲୋକଙ୍କ ପାଇଁ ରେଡିଓ ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ । ପରମ୍ପରା ସହିତ ଏହା ଯୋଡ଼ିହୋଇ ରହିଛି । ବିନା ବିଜୁଳିରେ ଚାଲୁଥିବାରୁ ବିପର୍ୟ୍ୟୟ ସମୟରେ ଏହାର ଆବଶ୍ୟକତା ବଢ଼ିଯାଏ । ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍, ଟିଭି, ମୋବାଇଲ ଫେଲ୍ ମାରୁଥିବାବେଳେ ରେଡିଓ ଶ୍ରୋତାଙ୍କ ସହ ଯୋଗାଯୋଗ ବଜାୟ ରଖିଛି । କମ୍ୟୁନିଟି ରେଡିଓର ଆଦର ଏବେ ବଢ଼ିଛି ।
ସ୍ପାନିଶ୍ ରେଡିଓ ଏକାଡେମୀର ପ୍ରସ୍ତାବ ଏବଂ ଜାତିସଂଘର ଅନୁମୋଦନ କ୍ରମେ ୨୦୧୨ରୁ ପ୍ରତିବର୍ଷ ଫେବ୍ରୁଆରୀ ୧୩ ତିରିଖ ବିଶ୍ୱ ରେଡିଓ ଦିବସ ପାଳନ କରାଯାଉଛି । ଏହାର ପ୍ରଚାରପ୍ରସାର ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଜର୍ମାନୀର ହେନରିଚ୍ ହର୍ଜ, ଋଷର ଆଲେକ୍ଜାଣ୍ଡର୍ ପୋପୋଭ୍, ଫ୍ରାନ୍ସର ଏଡ୍ୱାର୍ଡ, ଆମେରିକାର ନିକୋଲା ତିସ୍ଲା, ଇଟାଲିର ଗ୍ୟୁଗ୍ଲିଏଲ୍ମୋ ମାର୍କୋନି, ବ୍ରିଟେନ୍ର ଅଲିଭର୍ ଲଜ୍, ଭାରତର ଚନ୍ଦ୍ର ବସୂ । ଏମାନଙ୍କ ଅବଦାନକୁ ମନେ ପକାଇବା ଏହି ଦିବସର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ।
Powered by Froala Editor