ଆଜି ସକାଳୁ କୋହଲା ପାଗ ଦେଖିବାକୁ ମିଳିଛି। ରାଜଧାନୀରେ ମଧ୍ୟ କୋହଲା ପାଗ ହୋଇଥିବା ବେଳେ ଝିପିଝିପି ବର୍ଷା ହୋଇଛି। ଉତ୍ତର ଉପକୂଳବର୍ତ୍ତି ଆନ୍ଧ୍ର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ପାଗରେ ପରିବର୍ତ୍ତନ ହୋଇଛି । ତେବେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି ଏବଂ ବଲାଙ୍ଗୀରର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ୯ଟି ଜିଲ୍ଲା ସମେତ ଗଞ୍ଜାମ ଏବଂ ସୋନପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବଲାଙ୍ଗୀର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ରାୟଗଡ଼ା ଏବଂ ସୋନପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି ।
ଆସନ୍ତା ଦୁଇଦିନ ପରେ ସମଗ୍ର ରାଜ୍ୟରେ ପାଣିପାଗ ସ୍ୱାଭାବିକ ରହିବ । ପାଗ ଶୁଖିଲା ରହିବା ସହ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
17total visits,1visits today