ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ରସ୍ତୋଗୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ
ମୀରଟର ଚର୍ଚ୍ଚିତ ବ୍ଲୁ ଡ୍ରମ୍ ହତ୍ୟା ମାମଲାରେ ଅଦାଲତ ଏକ ବଡ଼ ରାୟ ଶୁଣାଇଛନ୍ତି। ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଅଦାଲତ। ନିଜ ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିବା ମାମଲାରେ ସେପ୍ଟେମ୍ବର ୩୦ ତାରିଖରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଘର ଭିତରେ ଏକ ବଡ଼ ନୀଳ ଡ୍ରମ୍ରୁ ସୌରଭଙ୍କ ମୃତଦେହ ମିଳିବା ପରେ ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା।
ରାୟ ଶୁଣାଇବା ସମୟରେ ବିଚାରପତି ମହାଭାରତର ଉଦାହରଣ ଦେଇ କହିଥିଲେ ଯେ, “ଅପରାଧୀଙ୍କୁ ଦଣ୍ଡ ଦେବା ହିଁ ଧର୍ମ।” ଏହା ସହିତ ଅଦାଲତ ଉଭୟ ଦୋଷୀଙ୍କୁ ୨୦-୨୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି।
ସୌରଭ ରାଜପୁତଙ୍କୁ ୩ ମାର୍ଚ୍ଚ ୨୦୨୫ରେ ହତ୍ୟା କରାଯାଇଥିଲା। ପୋଲିସର ତଥ୍ୟ ଅନୁଯାୟୀ, ହତ୍ୟା ପରେ ମୃତଦେହକୁ ପାଞ୍ଚ ଖଣ୍ଡ କରି ଏକ ନୀଳ ରଙ୍ଗର ଡ୍ରମରେ ଭର୍ତ୍ତି କରି ଲୁଚାଇ ଦିଆଯାଇଥିଲା। ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୋଲିସ ତଦନ୍ତ ଶେଷ କରି ଅଭିଯୁକ୍ତ ମୁସ୍କାନ ଏବଂ ସାହିଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଜୁଲାଇ ୨୦୨୫ରେ ଜିଲା କୋର୍ଟରେ ଏହି ମାମଲାର ବିଚାର ଆରମ୍ଭ ହୋଇଥିଲା। ବିଚାର ସମୟରେ ଅଦାଲତରେ ସମୁଦାୟ ୨୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହି ମାମଲାରେ ଅଦାଲତରେ ମୋଟ ୧୨୬ ଥର ଶୁଣାଣି ହୋଇଥିଲା। ପ୍ରାୟ ୧୩ ମାସ ଧରି ବିଚାର ପ୍ରକ୍ରିୟା ଚାଲିଥିଲା।
Powered by Froala Editor