ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ
ନୂଆଦିଲ୍ଲୀ : ସୁନା-ରୁପା ଦାମ୍ ଉପରେ ସଭିଁଙ୍କ ରହିଛି ନଜର। ଦାମ୍ କମ୍ ହେବା ମାତ୍ରେ ସୁନା ଦୋକାନରେ ଗ୍ରାହକଙ୍କ ଭିଡ ଦେଖାଯାଉଛି। ଜାଣନ୍ତୁ କେତେ ଅଛି ଆଜିର ଦାମ୍..
ରୁପା ପ୍ରତି କିଲୋ ୯,୧୦୩ ହ୍ରାସ ପାଇ ୧.୪୩ ଲକ୍ଷ ହୋଇଛି। ଏହା ଗତ ୧୩ ମାସ ମଧ୍ୟରେ ରୁପାର ସର୍ବନିମ୍ନ ମୂଲ୍ୟ। ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ମଧ୍ୟ ୩,୬୫୩ ହ୍ରାସ ପାଇ ୧.୨୧ ଲକ୍ଷ ହୋଇଛି। ସୁନା ମୂଲ୍ୟ ୧.୮୩ ଲକ୍ଷର ରେକର୍ଡ ସର୍ବୋଚ୍ଚ ସୀମାରୁ ୬୨,୦୦୦ ହ୍ରାସ ପାଇଛି।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୨୪,୫୮୦ଟଙ୍କା ରହିଛି। ଏଥିରେ ୩,୨୨୦ ଟଙ୍କା ହ୍ରାସ ହୋଇଛି।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୪, ୨୦୦ ଟଙ୍କା ରହିଛି। ଏଥିରେ ୨,୯୫୦ ଟଙ୍କା ହ୍ରାସ ହୋଇଛି।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୩,୪୪୦ଟଙ୍କା ରହିଛି। ଏଥିରେ ୨,୪୧୦ ଟଙ୍କା ହ୍ରାସ ହୋଇଛି।
ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ, ସୁନା ଏହାର ସର୍ବକାଳୀନ ସର୍ବାଧିକ ୧.୭୬ ଲକ୍ଷରୁ ପ୍ରାୟ ୩୨% ହ୍ରାସ ପାଇଛି। ରୂପା ଏହାର ସର୍ବକାଳୀନ ସର୍ବାଧିକ ୩.୮୦ ଲକ୍ଷରୁ ପ୍ରାୟ ୬୩% ହ୍ରାସ ପାଇଛି।
Powered by Froala Editor