ଏନ୍କାଉଣ୍ଟର, ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନ୍କାଉଣ୍ଟର। ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ। ମୃତ ମାଓବାଦୀ ଜଣଙ୍କ ସିନାଖତି ଏରିଆ କମିଟି ମୁଖ୍ୟ ମୁଇଆ ମାଡକାମ ବୋଲି ଜଣାପଡିଛି ।
ସୂଚନାନୁଯାୟୀ, ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲା କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଫଳରେ ସିଆରପିଏଫ୍, ଏସଟିଏଫ୍ ଓ ଡିଆରଜି ବାହିନୀ ପକ୍ଷରୁ ସେଠାରେ କୁମ୍ଵିଂ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ମାଓବାଦୀମାନେ ଗୁଳି ବିନିମୟ କରିଥିଲେ। ଫଳରେ ସୁରକ୍ଷା ବାହିନୀ ଏହାର ପ୍ରତି ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ସିନାଖତି ଏରିଆ କମିଟି ମୁଖ୍ୟ ମୁଇଆ ମାଡକାମ ନିହତ ହୋଇଛି। ସ୍ଥାନୀୟ ଅଞ୍ଚଳରେ କୁମ୍ଵିଂ ଅପରେସନ ଜାରି ରହିଛି।
Powered by Froala Editor