ଡିଲ୍ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବଲାଙ୍ଗିର: STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଡିଲ୍ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବଲାଙ୍ଗିର ଜିଲ୍ଲା ବରଗାଁ ଛକ ନିକଟରେ ବଜ୍ରକାପ୍ତା ଉଦ୍ଧାର ସହ ଜଣଙ୍କୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତର ନାଁ ଅଜିତ କୁମାର ବୁଡେକ।
୨୦୨୦ ମସିହାରୁ ଏପର୍ଯ୍ୟନ୍ତ ୧୦ଟି ବଜ୍ରକାପ୍ତା ସହ ୧୬କେଜି ବଜ୍ରକାପ୍ତା କାତି ଜବତ ହୋଇଛି।
ବନ୍ୟପ୍ରାଣୀ ଅପରାଧ ମାମଲାରେ ମୋଟ ୫୬ଜଣଙ୍କୁ ଗିରଫ କରିଛି STF, କିନ୍ତୁ ଅପରାଧୀଙ୍କ ମନରେ ଡ଼ର ନାହିଁ କି ବନ୍ୟଜନ୍ତୁଙ୍କର ତ୍ରାହି ନାହିଁ ।
Powered by Froala Editor