କରୋନା ସ୍ଥିତି ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ । ଆଜି ରାଜ୍ୟରେ ୧୧ହଜାର ୬୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି । କିଛି ସ୍ଥାନରେ ଆର୍ ଭାଲୁ୍ୟ ଅଧିକ ରହିବ ତେଣୁ ଭୟଭୀତ ହୁଅନ୍ତୁନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାମାନ୍ୟ ଳକ୍ଷଣ ଆସିଲେ ଟେଷ୍ଟିଂ କରାନ୍ତୁ । କେତେ ଟେଷ୍ଟିଂ ବଢାଯାଇ ପାରିବ ସ୍ୱାସ୍ଥ୍ୟ ବିଭାଗ ବିଚାର ବିମର୍ଶ କରୁଛି । କେନ୍ଦ୍ର ସରକାରଙ୍କ ନିଦେ୍ର୍ଧଶ ଅନୁଯାୟୀ ଟେଷ୍ଟିଂ ବଢାଇବାକୁ କାର୍ଯ୍ୟ କରୁଛୁ । ଳକ୍ ଡାଉନ କି ସଟ୍ ଡାଉନ୍ କରିବା ଭଳି ସ୍ଥିତି ରାଜ୍ୟରେ ଆସିନାହିଁ ।
ଏହାରି ଭିତରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧୀରେଧୀରେ ବଢିବାରେ ଲାଗିଛି । ତେବେ ଓମିକ୍ରନ ଟେଷ୍ଟିଂ ପାଇଁ ଓଡିଶାରେ ପହଞ୍ଚିଲା ଓମିସିୟୋର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍ ରାଜ୍ୟକୁ ଆସିଛି । ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲିମିଟେଡ ଟାଟା ଏମ୍ଡି ପକ୍ଷରୁ ଓଡିଶାକୁ ଏହି କିଟ୍ ପଠାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓମିକ୍ରନ କିଟ୍ ଓମିସିୟୋରର ୫ଲକ୍ଷ କିଟ୍ ପାଇଁ ଅର୍ଡର ଦେଇଛନ୍ତି । ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟ୍ରେ ଟେଷ୍ଟ କରିବା ଦ୍ୱାରା ଭୂତାଣୁ ଚିହ୍ନଟ ହୋଇପାରିବ ।
Powered by Froala Editor