ଗଣତନ୍ତ୍ର ଦିବସ ପାଇଁ ଗାଇଡ୍ଲାଇନ୍ : ସରକାରୀ ସଫଳତାର ଚିତ୍ର ବଖାଣିବେ ନାହିଁ ଅତିଥି
ଗଣତନ୍ତ୍ର ଦିବସ ପାଇଁ ମଙ୍ଗଳବାର ଗାଇଡ୍ଲାଇନ୍ ଜାରି କରିଛନ୍ତି ନିର୍ବାଚନ କମିଶନର। ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଥର ଅତିଥିଙ୍କ ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର। ସେମାନେ କେବଳ ରାଷ୍ଟ୍ର, ସ୍ବାଧୀନତା ସଂଗ୍ରାମୀ, ସହିଦଙ୍କ ସମ୍ପର୍କରେ ଭାଷଣ ଦେଇପାରିବେ। କୌଣସି ମନ୍ତ୍ରୀ ବା ରାଜନୈତିକ କର୍ମକର୍ତ୍ତା ନିଜ ଜିଲାରେ ଅତିଥି ହୋଇପାରିବେ ନାହିଁ। ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼କୁ ମନା କରାଯାଇଛି । ତେବେ କେବଳ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ ରେ ଦର୍ଶାଯାଇଛି। କିନ୍ତୁ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ହୋଇ ପାରିବ ବୋଲି ନିର୍ବାଚନ କମିଶନର କହିଛନ୍ତି।
ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ଏବଂ ଏହି ସମୟ ମଧ୍ୟରେ ସାଧାରଣତନ୍ତ୍ର ଦିବସ ପଡ଼ୁଥିବାରୁ ଗାଇଡ୍ଲାଇନ୍ କୁ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମାନ୍ୟବର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସମସ୍ତ କ୍ୟାବିନେଟ୍ ଓ ରାଷ୍ଟ୍ରପାହ୍ୟା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଆର୍ଡ଼ିସି ଏବଂ ସମସ୍ତ ଜିଲାପାଳଙ୍କୁ ପତ୍ର ପ୍ରେରଣ କରାଯାଇଛି।
Powered by Froala Editor