କାଳିଜାଇ ଦର୍ଶନ ୩ଦିନ ବନ୍ଦ
ଭୁବନେଶ୍ୱର: ଆସୁଛି ନୂଆ ବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଉକôଣ୍ଠାର ସହ ଅପେକ୍ଷା କରିଛନ୍ତି ଲୋକେ । କିନ୍ତୁ ଏବର୍ଷ ଫିକା ପଡିବ ନୂଆବର୍ଷ ପାଳନ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଜାନୁୟାରୀ ଗାଇଡଲାଇନରେ ରାଜ୍ୟରେ ନାଇଟ କର୍ଫୂ ସହ ପିକନିକ୍, ପାର୍କ, ବେଳାଭୂମି ବୁଲିବାକୁ ବାରଣ କରିଛନ୍ତି । ସେହିପରି ପ୍ରଦର୍ଶନୀ, ବାଣିଜ୍ୟମେଳା ଆୟୋଜନକୁ ମଧ୍ୟ ବାରଣ କରାଯାଇଛି । ହୋଟେଲ, ପାର୍କ, ମଲରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି କୁହାଯାଇଛି । ବାର୍ଷିକ ଉସôବ ଓ ଆନିଭର୍ସାରୀ ମଧ୍ୟ ପାଳନ କରାଯାଇପାରିବ ନାହିଁ । ଏହାସହିତ ୧୦୦୦ ଦର୍ଶକଙ୍କୁ ନେଇ ପ୍ରଶାସନର ଅନୁମତିରେ ଯାତ୍ରା ହେବ ।
ତେବେ ଏହାରି ଭିତରେ କରୋନା ଗ୍ରାଫ ଧୀରେଧୀରେ ଉପରମୁହାଁ ହେଉଥିବାରୁ ଓ ଓମିକ୍ରନ କେସ୍ ବଢୁଥିବାରୁ ଆଜିଠୁ ତିନି ଦିନ କାଳିଜାଇ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଆଗକୁ ନୂଆବର୍ଷ ଥିବାରୁ ଭିଡ ଓ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସକାଳ ୬ଟାରୁ ଆସନ୍ତା ୨ତାରିଖ ସନ୍ଧ୍ୟା ୬ଟା ଯାଏ କାଳିଜାଇଙ୍କ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।
Powered by Froala Editor