ଓଭରଟେକ୍ ବେଳେ ଦୁଇ ଟ୍ରକ୍ ମଝିରେ ଚାପି ହୋଇଗଲା କାର୍ : ୮ ମୃତ

ଦୁଇ ଟ୍ରକ୍ ମଝିରେ ଏକ କାର୍ ଚାପି ହୋଇ ଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଗୋଟିଏ ଝିଅର ଜୀବନ ବଞ୍ଚି ଯାଇଛି। ହରିୟାଣାର ବାହାଦୂରଗଡର ବାଦଲି-ଗୁରୁଗ୍ରାମ ରାସ୍ତାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଚାରି ଜଣ ପୁରୁଷ, ତିନିଜଣ ମହିଳା ଏବଂ ଜଣେ ଶିଶୁ ଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ଅନୁପ ନଙ୍ଗଲା ଗାଁର ବାସିନ୍ଦା ବୋଲି କୁହାଯାଉଛି। ଯେଉଁମାନେ ରାଜସ୍ଥାନର ଗୋଗା ମେଡି ଦର୍ଶନ କରି ଘରକୁ ଫେରୁଥିଲେ । କାର୍ ଡ୍ରାଇଭର ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବାବେଳେ ଦୁଇ ଟ୍ରକ୍ ମଝିରେ ଚାପି ହୋଇଯାଇଥିଲା । ତିନି ଘଣ୍ଟା ପରିଶ୍ରମ ପରେ ପୋଲିସ ମୃତଦେହକୁ ବାହାରକୁ ବାହର କରିଥିଲା। ଗୋଟିଏ ଝିଅର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ପୋଲିସ ତିନୋଟି ଗାଡି ଜବତ କରିଛି। ଦୁର୍ଘଟଣାର ତଦନ୍ତ ଜାରି ରହିଛି।
Powered by Froala Editor