ମାସକରେ ୧୫ ହଜାର ଖସିଲାଣି ସୁନା
ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି। ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।
ଚଳିତ ବର୍ଷ ଆରମ୍ଭରେ ୨୪ କ୍ୟାରେଟ ସୁନା ରେକର୍ଡ ଦରରେ ପହଞ୍ଚିଥିଲା । ୧୦ ଗ୍ରାମକୁ ପ୍ରାୟ ୧ ଲକ୍ଷ ୮୦ ହଜାର ପାଖାପାଖି ହୋଇଥିଲା। ତାହା ଧିରେ ଧିରେ ଖସି ଏବେ ୧ ଲକ୍ଷ ୪୦ ହଜାରରେ ପହଞ୍ଚିଲାଣି। କୁହାଯାଉଛି ଆଗକୁ ଦାମ୍ ଆହୁରି ଖସିବ।
ହଠାତ୍ କାହିଁକି କମୁଛି ସୁନା ଦର?
ଯେତେବେଳେ ବିଶ୍ୱରେ ଯୁଦ୍ଧ କିମ୍ବା ବଡ଼ ଅନିଶ୍ଚିତତା ଥାଏ, ସେତେବେଳେ ନିବେଶକମାନେ ସୁନା କିଣନ୍ତି। ବର୍ତ୍ତମାନ କିଛି ଅଞ୍ଚଳରେ ଉତ୍ତେଜନା କମିବାରୁ ସୁନାର ଚାହିଦା କମିଛି। ଆମେରିକୀୟ ଡଲାର ମଜବୁତ ହେଲେ ସୁନା ସାଧାରଣତଃ ଶସ୍ତା ହୋଇଥାଏ। କାରଣ ଅନ୍ତର୍ଜାତୀୟ ବଜାରରେ ସୁନାର କାରବାର ଡଲାରରେ ହୁଏ। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ (Federal Reserve)ର ସୁଧ ହାର ସମ୍ବନ୍ଧୀୟ ସଙ୍କେତ ମଧ୍ୟ ସୁନା ଦରକୁ ପ୍ରଭାବିତ କରୁଛି। ଶିଳ୍ପ କ୍ଷେତ୍ରରେ ଚାହିଦାକୁ ନେଇ ଚିନ୍ତା ଏବଂ ନିବେଶକଙ୍କ ବିକ୍ରି ବଢ଼ିବାରୁ ରୂପା ଦର ମଧ୍ୟ ହ୍ରାସ ପାଉଛି। ଆନ୍ତର୍ଜାତୀୟ ବଜାରରେ ଦର କମିଲେ ଭାରତୀୟ ବଜାରରେ ମଧ୍ୟ ସୁନା ଓ ରୂପା ଶସ୍ତା ହୁଏ।
Powered by Froala Editor