ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ
କୌଣସି ରୋଗର ପ୍ରଥମ ସଙ୍କେତ ଓଠରୁ ଜଣା ପଡ଼ିଥାଏ। ଓଠର ରଙ୍ଗରେ ହେଉଥିବା ପରିବର୍ତ୍ତନ ଜଣାଇଦିଏ ଶରୀରରେ କେଉଁ ପ୍ରକାର ବିଶୃଙ୍ଖଳା ସୃଷ୍ଟି ହୋଇଛି। ତା’ହେଲେ ଆସନ୍ତୁ ଜାଣିବା ଶରୀରରେ କେଉଁ ପ୍ରକାରର ବିଶୃଙ୍ଖଳା ଦେଖାଦେଲେ ଓଠର ରଙ୍ଗ କେମିତି ହୋଇଯାଏ।
ଗାଢ଼ ଲାଲ୍ ରଙ୍ଗ
ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାରିଲେ ଓଠ ଗାଢ଼ ଲାଲ୍ ହୋଇଯାଏ। ଶରୀରରେ ଭିଟାମିନ-ବି କମ୍ପ୍ଲେକ୍ସ ଓ ଭିଟାମିନ ‘ସି’ର ଅଭାବରୁ ମଧ୍ୟ ଓଠ ଗାଢ଼ ଲାଲ୍ ହୋଇଯାଏ।
ହଳଦିଆ ରଙ୍ଗ
ରକ୍ତରେ ବିଲୁରୁବିନ ମାତ୍ରା ବଢ଼ିଲେ ଓଠର ରଙ୍ଗ ହଳଦିଆ ହୋଇଯାଏ। ଲିଭର୍ ସମ୍ୱନ୍ଧୀୟ କୌଣସି ସମସ୍ୟା ଦେଖା ଦେଲେ କିମ୍ୱା ଏହା ସଠିକ୍ ଭାବେ କାମ ନକଲେ ମଧ୍ୟ ଓଠ ହଳଦିଆ ପଡ଼ିଯାଏ।
ଲାଲ୍ ରଙ୍ଗ
ଓଠ ଲାଲ୍ ହେବା ଅର୍ଥ ଶରୀରର ତାପମାତ୍ରା ଅଧିକ ହୋଇଯାଇଛି କିମ୍ୱା ଫୁଡ୍ ଏଲର୍ଜି ହୋଇଛି। ଲିଭରରେ ସମସ୍ୟା ଦେଖାଗଲେ ଶରୀର ତାପମାତ୍ରା ବଢ଼ିଥାଏ। ସେଥିଯୋଗୁଁ ଓଠ ଲାଲ୍ ପଡ଼ିଯାଏ। ଶ୍ୱାସ କ୍ରିୟା ସଠିକ ନହେଲେ ମଧ୍ୟ ଓଠ ଲାଲ ପଡ଼ିଯାଏ।
ଓଠ ଧଳା ହୋଇଯିବା
ଶରୀରରେ ରକ୍ତର ଅଭାବରୁ ଏପରି ହୁଏ। ଆଇରନ ଯୁକ୍ତ ଖାଦ୍ୟ ଶରୀରର ରକ୍ତର ଆବଶ୍ୟକତା ପୂରଣ କରେ। ଓଠ ହଠାତ୍ ଧଳା ହୋଇଯିବା ସ୍ୱାସ୍ଥ୍ୟ ପ୍ରତି ଖରାପ ସଙ୍କେତ ହୋଇଥାଏ।
ଗୋଲାପୀ ରଙ୍ଗ
ଏହା ସୁସ୍ଥ ଓଠର ସଙ୍କେତ ହୋଇଥାଏ। ଶରୀରକୁ ଫିଟ୍ ରଖିବା ପାଇଁ ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ଓ ବ୍ୟାୟାମ କରୁଛନ୍ତି ତାହା ଆପଣଙ୍କ ପାଇଁ ଅନୁକୂଳ। ଏହି ଅଭ୍ୟାସ ବଜାୟ ରଖନ୍ତୁ।
Powered by Froala Editor