ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା
ତ୍ତତ୍ତରପ୍ରଦେଶର ଗୋଣ୍ଡାରେ ଜଣେ ମହିଳା ପ୍ରାୟ ୮ ବର୍ଷ ଧରି ସ୍ୱାମୀଙ୍କୁ ନଜଣାଇ ପ୍ରାୟ ୧୨ ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ। ଭବିଷ୍ୟତରେ ସେହି ଟଙ୍କାରେ ସୁନା ଗହଣା କିଣିବା ତାଙ୍କର ଯୋଜନା ଥିଲା। ମହିଳା ଜଣକ ଟଙ୍କାଗୁଡ଼ିକୁ ଘରର ଏକ ଟ୍ରଙ୍କରେ ରଖିଥିଲେ। ବର୍ଷ ବର୍ଷ ଧରି ଟ୍ରଙ୍କଟି ବନ୍ଦ ରହିବା ପରେ ଯେତେବେଳେ ସେ ଏହାକୁ ଖୋଲିଲେ, ଭିତରର ଦୃଶ୍ୟ ଦେଖି ଚକିତ ହୋଇଗଲେ । ନୋଟ୍ଗୁଡ଼ିକୁ ମୂଷା ନଷ୍ଟ କରିଦେଇଥିଲେ। ଅନେକ ନୋଟ୍ର କେବଳ ଖଣ୍ଡବିଖଣ୍ଡ ଅଂଶ ହିଁ ରହିଥିଲା।
କୁହାଯାଉଛି ମହିଳା ଜଣକ ପ୍ରାୟ ୨୦୧୯ ମସିହାରୁ ଅଳ୍ପ ଅଳ୍ପ କରି ଟଙ୍କା ସଞ୍ଚୟ କରି ଆସୁଥିଲେ। ଧୀରେ ଧୀରେ ଏହି ଟଙ୍କା ପ୍ରାୟ ୧୨ ଲକ୍ଷରେ ପହଞ୍ଚିଥିଲା। ଏହି ଟଙ୍କାରେ ଭବିଷ୍ୟତରେ ସୁନା ଅଳଙ୍କାର କିଣିବାକୁ ସେ ଯୋଜନା କରିଥିଲେ।
କିନ୍ତୁ ଦୀର୍ଘ ସମୟ ଧରି ଟ୍ରଙ୍କ୍ ବନ୍ଦ ରହିବାରୁ ଭିତରେ ଚୁହା ପଶିଯାଇଥିଲେ। ଚୁହାମାନେ ଟଙ୍କାର ନୋଟ୍ଗୁଡ଼ିକୁ ଏମିତି କାମୁଡ଼ି ନଷ୍ଟ କରିଦେଲେ ଯେ, ଅନେକ ନୋଟ୍ର କେବଳ ଖଣ୍ଡବିଖଣ୍ଡ ଅଂଶ ହିଁ ବାକି ରହିଥିଲା। ୮ ବର୍ଷ ଧରି ଯତ୍ନରେ ସଞ୍ଚୟ କରିଥିବା ଟଙ୍କାର ଏଭଳି ଅବସ୍ଥା ଦେଖି ମହିଳାଙ୍କ ଚିନ୍ତା ବଢ଼ିଯାଇଥିଲା।
ଘଟଣା ପରେ ପରିବାର ଲୋକେ ଟ୍ରଙ୍କରୁ ବାହାରିଥିବା ନୋଟ୍ ଓ ନୋଟ୍ର ଖଣ୍ଡଗୁଡ଼ିକୁ ଅଲଗା କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
Powered by Froala Editor