ବିଜେପିକୁ ବଡ଼ ଝଟକା: ବିଧାୟକ କୁଶାଗ୍ର ସାଗରଙ୍କ ଇସ୍ତଫା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଦଳବଦଳ ରାଜନୀତି ଜୋର ଧରିବାରେ ଲାଗିଛି। ବଦାୟୁଁ ଜିଲାର ବିସୌଲି ବିଧାନସଭା ଆସନରେ ଭାଜପାକୁ ବଡ଼ ଝଟକା ଲାଗିଛି। ପୂର୍ବତନ ବିଧାୟକ କୁଶାଗ୍ର ସାଗର ଭାଜପାର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଫେସବୁକ ପୋଷ୍ଟ ମାଧ୍ୟମରେ ସେ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ୧୧ ବର୍ଷ ଧରି ସଂଗଠନ ପାଇଁ କାମ କରିଥିଲେ, କିନ୍ତୁ ତାଙ୍କୁ ଆବଶ୍ୟକ ସମ୍ମାନ ଓ ଆପଣାପଣ ମିଳିଲା ନାହିଁ।
ନିଜ ବାର୍ତ୍ତାରେ କୁଶାଗ୍ର ଲେଖିଛନ୍ତି ଯେ, ଏହା ଅନ୍ତ ନୁହେଁ; ବରଂ ଆତ୍ମସମ୍ମାନ ସହ ଆଗକୁ ବଢ଼ିବାର ଏକ ନୂଆ ଆରମ୍ଭ। ତାଙ୍କ ଇସ୍ତଫା ପରେ ବିସୌଲି ବିଧାନସଭା କ୍ଷେତ୍ରରେ ରାଜନୈତିକ ହଟଚମଟ ବଢ଼ିଛି। ସେ ସମାଜବାଦୀ ପାର୍ଟି (ଏସ୍ପି)ରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।
Powered by Froala Editor