ମୋଦୀଙ୍କୁ ହତ୍ୟା ଧମକ
ମେଲବୋର୍ଣ୍ଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୯ ତାରିଖରେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦୀ ମେଲବୋର୍ଣ୍ଣରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିର୍ଦ୍ଧାରିତ ହୋଇଥିବା ବେଳେ ଏହା ପୂର୍ବରୁ ଅନ୍ଲାଇନରେ ଆସିଥିବା ଏକ ବାର୍ତ୍ତାରେ ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଅଷ୍ଟ୍ରେଲିଆର ଫେଡେରାଲ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ପୁଲିସ ସାମାଜିକ ଗଣମାଧ୍ୟମରୁ ଧମକ ସମ୍ପର୍କିତ ଏକ ଆଇପି ଠିକଣା ପାଇଛି। ‘ମେଲବୋର୍ଣ୍ଣ ମିଟ୍ସ ମୋଦୀ’ କାର୍ଯ୍ୟକ୍ରମ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଚାର କରାଯାଉଥିବା ବେଳେ ସେଠାରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ରହିଛି। ମେଲବୋର୍ଣ୍ଣର ମାର୍ଭଲ ଷ୍ଟାଡିୟମରେ ମୋଦୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଅବୁ ମୁସ୍ତାଫା ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ପୋଷ୍ଟ କରାଯାଇ ବାର୍ତ୍ତାରେ ଦର୍ଶାଯାଇଛି କାର୍ଯ୍ୟକ୍ରମ ସମୟରେ ଷ୍ଟାଡିୟମର ଛାତ ବନ୍ଦ ରଖ, ନଚେତ୍ ମୋଦୀଙ୍କ ଜୀବନ ପ୍ରତି ବିପଦ ରହିଛି।
Powered by Froala Editor