ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ୬ ରେ
ଅଯୋଧ୍ୟା: ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍ ଘଟଣାକୁ ସ୍ଥିତି ସରଗରମ ରହିଥିବା ବେଳେ ଆସନ୍ତା ୬ ତାରିଖରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ଗୋପାଳ ଦାସଙ୍କ ଅନୁମତିକ୍ରମେ କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଦେବ ଗିରି ଏହି ବୈଠକ ଡାକିଛନ୍ତି। ୬ ତାରିଖ ଅପରାହ୍ଣ ୩ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ଆତ୍ମସାତ୍ ଘଟଣାକୁ ନେଇ ଟ୍ରଷ୍ଟର ସାଧାରଣ ସମ୍ପାଦକ ପଦରୁ ଚମ୍ପତ ରାୟ ଓ ସଦସ୍ୟ ପଦରୁ ଅନୀଲ ମିଶ୍ରାଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ହେବ। ଦାନ ଅର୍ଥ ଆତ୍ମସାତ୍ ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ରିପୋର୍ଟ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
Powered by Froala Editor