ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ
ନଭେମ୍ବର ୧୮, ୨୦୨୬ରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା MCXରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି। ବୁଧବାର ସକାଳ ପ୍ରାୟ ୯ଟା ୪୫ ମିନିଟ୍ ସମୟରେ MCXରେ ଡିସେମ୍ବର ୪ ଡେଲିଭରି ବିଶିଷ୍ଟ ସୁନା ଫ୍ୟୁଚର୍ସ ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୩୧ ହଜାର ୨୯୯ ଟଙ୍କାରେ କାରବାର କରୁଥିଲା। ଏହା ପୂର୍ବ କାରବାର ଦିନ ତୁଳନାରେ ୨ ହଜାର ୯୨୪ ଟଙ୍କା ବା ୨.୧୮ ପ୍ରତିଶତ କମ୍ ଥିଲା।
ସପ୍ତାହର ତୃତୀୟ କାରବାର ଦିନରେ ସୁନା ଦର ୨ ପ୍ରତିଶତରୁ ଅଧିକ ଖସିଥିବାବେଳେ ରୁପା ଦର ପ୍ରାୟ ୩.୫ ପ୍ରତିଶତ ହ୍ରାସ ପାଇଛି। ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ଏବଂ ଆମେରିକାର ଫେଡେରାଲ୍ ରିଜର୍ଭ ପକ୍ଷରୁ ସୁଧହାର ବୃଦ୍ଧି ହେବାର ଆଶଙ୍କା ଏହି ଦର ହ୍ରାସର ପ୍ରମୁଖ କାରଣ ଭାବେ ସାମ୍ନାକୁ ଆସିଛି।
ମଙ୍ଗଳବାର MCXରେ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୩୪ ହଜାର ୨୨୩ ଟଙ୍କାରେ ବନ୍ଦ ହୋଇଥିଲା। ତେବେ ବୁଧବାର ସକାଳେ କାରବାର ଆରମ୍ଭ ହେବା ମାତ୍ରେ ସୁନା ୨ ହଜାର ୬୦୧ ଟଙ୍କା ଶସ୍ତା ହୋଇ ୧ ଲକ୍ଷ ୩୧ ହଜାର ୬୨୨ ଟଙ୍କାରେ ଖୋଲିଥିଲା।
ଦିନର ପ୍ରାରମ୍ଭିକ କାରବାରରେ ସୁନାର ସର୍ବାଧିକ ଦର ୧ ଲକ୍ଷ ୩୧ ହଜାର ୯୭୯ ଟଙ୍କା ଥିବାବେଳେ ସର୍ବନିମ୍ନ ଦର ୧ ଲକ୍ଷ ୩୧ ହଜାର ୬୫ ଟଙ୍କାକୁ ଖସିଥିଲା। ଅର୍ଥାତ୍ ମଙ୍ଗଳବାରର ବନ୍ଦ ଦର ତୁଳନାରେ ସୁନା ୧୦ ଗ୍ରାମ ପିଛା ସର୍ବାଧିକ ୩ ହଜାର ୧୫୮ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଥିଲା।
Powered by Froala Editor