୧୫ କୋଟିର ବ୍ୟବସାୟ ଛାଡ଼ି ଜୈନ ଦୀକ୍ଷା ଗ୍ରହଣ କରିବେ ପରିବାର
୧୫ କୋଟିର ବ୍ୟବସାୟ ତ୍ୟାଗ କରି ସନ୍ନ୍ୟାସ ନେବେ ପୁରା ପରିବାର। ଗୁଜରାଟର ସୁରଟରୁ ଆସିଛି ଏକ ଅବିଶ୍ୱସନୀୟ ଖବର । କୋଟି କୋଟି ଟଙ୍କାର ସାମ୍ରାଜ୍ୟ, ସୁଖ- ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିବାକୁ ଯାଉଛନ୍ତି ଏକ ବ୍ୟବସାୟୀ ପରିବାର ।
ସୁରଟର ପ୍ରସିଦ୍ଧ ବ୍ୟବସାୟୀ ଦିଲୀପ ଭାଇ ଭୋଗର, ତାଙ୍କ ସ୍ତ୍ରୀ ଜ୍ୟୋତି ବେନ୍, ତାଙ୍କର ଦୁଇ ଝିଅ ଛବି ଓ ଚାର୍ବି । ସ୍ୱାମୀ, ସ୍ତ୍ରୀ ଓ ଦୁଇ ଝିଅ ମିଶି ଜୈନ ଦୀକ୍ଷା ନେବାକୁ ଯାଉଛନ୍ତି । ସମସ୍ତେ ଆସନ୍ତାବର୍ଷ ଫେବ୍ରୁଆରି ୮ ତାରିଖରେ ଜୈନ ଦୀକ୍ଷା ଗ୍ରହଣ କରିବେ । ଜୈନ ସାଧୁଙ୍କ ଭଳି ବୈରାଗ୍ୟ ଜୀବନ ବିତାଇବେ ।
ଦିଲୀପ ଭାଇ ଭୋଗର ରାଜସ୍ଥାନର ଉଦୟପୁର ଜିଲ୍ଲା ଯଶବନ୍ତଗଡ଼ ଗାଁରୁ ଆସି ସୁରଟରେ ନିଜର ଟେକ୍ସଟାଇଲ୍ ବ୍ୟବସାୟ ଆରମ୍ଭ କରିଥିଲେ । ଦିଲୀପଙ୍କ ବାର୍ଷିକ କାରବାର ଏବେ ୧୫ କୋଟିରୁ ଅଧିକ। ଦିଲୀପଙ୍କ ବଡ଼ ଝିଅ ଶୈଲୀ ୨୦୨୩ରେ ଜୈନ ଦୀକ୍ଷା ଗ୍ରହଣ କରିଥିଲେ । ଏହାପରେ ଦିଲୀପ ମଧ୍ୟ ବ୍ୟବସାୟକୁ ଧୀରେ ଧୀରେ ସୀମିତ କରିବା ସହ ନିଜେ ମଧ୍ୟ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କର ପୂରା ପରିବାର ବ୍ୟବସାୟ, ଧନସଂପତ୍ତି ଛାଡି ଆଧ୍ୟାତ୍ମିକ ପଥରେ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀକ୍ଷା ନେବା ପୂର୍ବରୁ ପୂରା ପରିବାର ଏବେ ଜୈନ ସାଧୁ-ସନ୍ଥଙ୍କ ସହ ରହି ଖାଲି ପାଦରେ ଚାଲିବା, ଖାଦ୍ୟପେୟର କଠିନ ନିୟମ ପାଳନ କରିବା ଓ ସଂସାର ମୋହ ତ୍ୟାଗ କରିବାର ଅଭ୍ୟାସ କରୁଛନ୍ତି ।
Powered by Froala Editor