ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ
ବିହାର: ବିହାରର ଅରରିଆ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ତାରାବାରି ଥାନା ଅଞ୍ଚଳ ନିକଟରେ ଥିବା ବିଡ଼ି ବ୍ରିଜ୍ ତଳେ ଏକ ସ୍କର୍ପିଓ ନଦୀକୁ ଖସିପଡିଛି। ଏହି ଦୁଃଖଦ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ସ୍କର୍ପିଓରେ ଯାତ୍ରା କରୁଥିବା ସମସ୍ତ ଲୋକ ସୁପୌଲର ପିପ୍ରାରୁ ସିକଟିର ଭାପଟିଆକୁ ତିଳକ ଉତ୍ସବରେ ଯୋଗଦେବାକୁ ଆସିଥିଲେ। ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ସ୍କର୍ପିଓଟି ହଠାତ୍ ବ୍ରିଜ୍ ପାଖରେ ଏକ ତୀକ୍ଷ୍ଣ ମୋଡ଼ ଯୋଗୁଁ ଭାରସାମ୍ୟ ହରାଇଥିଲା। ଏହା ପରେ ସେତୁରୁ ସିଧା ମାରିଆ ନଦୀରେ ଖସି ପଡ଼ିଥିଲା। ପରେ କିଛି ସ୍ଥାନୀୟ ଲୋକ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ସ୍କର୍ପିଓରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି।
Powered by Froala Editor