ସ୍ମୃତି କ୍ୟାଣ୍ଡିୟର୍ ବ୍ରାଣ୍ଡ୍ ଆମ୍ବାସଡର୍ ନିଯୁକ୍ତ
କଲ୍ୟାଣ ଜୁଏଲର୍ସର ଲାଇଫ୍ଷ୍ଟାଇଲ୍ ଗହଣା ବ୍ରାଣ୍ଡ୍ କ୍ୟାଣ୍ଡିୟର୍ ପକ୍ଷରୁ ମହିଳା କ୍ରିକେଟ୍ ତାରକାସ୍ମୃତି ମନ୍ଧାନାଙ୍କୁ ବ୍ରାଣ୍ଡ୍ ଆମ୍ବାସଡର୍ ଭାବେ ନିଯୁକ୍ତ କରାଯାଇଛି। ବଲିଉଡ୍ ତାରକା ଶାହରୁଖ ଖାନଙ୍କ ସହ ସେ ଯୋଗ ଦେଇଛନ୍ତି।
ଏକ ଲାଇଫଷ୍ଟାଇଲ୍ ଅଳଙ୍କାର ବ୍ରାଣ୍ଡ୍ ଭାବେ କ୍ୟାଣ୍ଡିୟର ଆଗକୁ ବଢ଼ୁଥିବା ବେଳେ ସ୍ମୃତିଙ୍କ ସହ ସହଯୋଗିତା ସାରା ଦେଶର ଦର୍ଶକମାନଙ୍କ ସହ ସମ୍ପର୍କକୁ ଗଭୀର କରିବାରେ ବ୍ରାଣ୍ଡ୍ ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି। ଏହି ସହଯୋଗିତା ସମ୍ପର୍କରେ ସ୍ମୃତି କହିଛନ୍ତି ଯେ ଆଜିର ଗ୍ରାହକମାନଙ୍କ ଷ୍ଟାଇଲ ସମ୍ବେଦନଶୀଳତାକୁ ବୁଝୁଥିବା ଏକ ବ୍ରାଣ୍ଡ୍ କ୍ୟାଣ୍ଡିୟର ସହ ଯୋଡ଼ି ହୋଇ ମୁଁ ବହୁତ ଖୁସି। ମୋ ପାଇଁ ଗହଣା କେବଳ ସ୍ବତନ୍ତ୍ର ଅବସରରେ ପିନ୍ଧିବା ନୁହେଁ, ବରଂ ସବୁ ଦିନି ପିନ୍ଧି ହେଉଥିବା ଏକ ଜିନିଷ। ଏହା ମୋ ବ୍ୟକ୍ତିଗତ ଷ୍ଟାଇଲ୍ର ଏକ ଅଂଶ। କ୍ୟାଣ୍ଡିୟର୍ର ସମସାମୟିକ ଡିଜାଇନ ମୋ ମାନସିକତା ସହ ଖାପଖାଉଛି। ଏହି ଯାତ୍ରାର ଏକ ଅଂଶ ହୋଇଥିବାରୁ ମୁଁ ଅତ୍ୟନ୍ତ ଉତ୍ସାହିତ ବୋଲି ସ୍ମୃତି କହିଛନ୍ତି।
ଏହି ଅବସରରେ କ୍ୟାଣ୍ଡିୟର୍ର ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ ସ୍ମୃତି ମନ୍ଧାନା ଏଭଳି ଏକ ପିଢ଼ିର ପରିଚୟ ଯେଉଁମାନେ ଅଭିଳାଷ, ଅସଲିପଣ ଓ ବିଶ୍ବର ମୂଲ୍ୟ ବୁଝିଛନ୍ତି। ନିଜ ସଫଳତା ଓ ଆଚରଣ ବଳରେ ସେ କୋଟି କୋଟି ଲୋକଙ୍କ ପ୍ରେରଣା ପାଲଟିଛନ୍ତି।
Powered by Froala Editor