ସକାଳୁ ସକାଳୁ କେବେ ଖାଆନ୍ତୁ ନାହିଁ ଏହି ଜିନିଷ
![ସକାଳୁ ସକାଳୁ କେବେ ଖାଆନ୍ତୁ ନାହିଁ ଏହି ଜିନିଷ](https://odishanewslens.com/news_gallery/6964_1634020477.jpg)
ଅଧିକାଂଶ ଲୋକେ ଏକ କପ୍ ଗରମ ଚା ବା କଫି ସହିତ ନିଜ ସକାଳର ଶୁଭାରମ୍ଭ କରିଥାନ୍ତି । କିନ୍ତୁ ସବୁବେଳେ ଏମିତି କରିବା ଶରୀର ପ୍ରତି ଆଦୌ ଠିକ୍ ନୁହେଁ । ଏମିତି କରିବା ଦ୍ୱାରା ଆପଣ ରୋଗରେ ପଡିପାରନ୍ତି । ଏକ୍ସପର୍ଟ୍ସଙ୍କ ଅନୁସାରେ କେଉଁ ସମୟରେ ଆପଣ କଣ ଖାଦ୍ୟ ପେୟ ଗ୍ରହଣ କରୁଛନ୍ତି ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ପଡିଥାଏ । ତେଣୁ ଏଥିପ୍ରତି ସଜାଗ ରହିବା ଉଚିତ୍ ।
ଚା ଓ କଫି
ଯଦି ଆପଣଙ୍କର ଚା ଓ କଫି ପିଇବା ଅଭ୍ୟାସ ଅଛି ତେବେ ପିଅନ୍ତୁ କିନ୍ତୁ ସବୁ ସମୟରେ ନୁହେଁ । ଏହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇପାରେ ଏବଂ ଆପଣଙ୍କ ସ୍ଲିପ୍ ସାଇକଲ ମଧ୍ୟ ଡିଷ୍ଟର୍ବ ହୋଇପାରେ । ସକାଳେ ଚା ବା କଫି ପିଇଲେ ଆପଣଙ୍କ ମୁଡ୍ ଇମ୍ପ୍ରୁଭ୍ ହୋଇଥାଏ । ଏଥିରେ କୈଫିନର ମାତ୍ରା ଅଧିକ ରହିଥାଏ । ଏହା ମାନସିକ ଏବଂ ଶାରିରୀକ ରୂପେ ଆପଣଙ୍କୁ ଫ୍ରେଶ୍ ରଖିଥାଏ । କିନ୍ତୁ ଏଥିରେ କ୍ଷତି ମଧ୍ୟ ହୋଇଥାଏ ।
ଦୁଗ୍ଧ ଏବଂ ସେଓ ସମ୍ପର୍କରେ ଏକ୍ସପର୍ଟ୍ସମାନେ କୁହନ୍ତି ଯେ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ଫାଇଦା ପହଞ୍ଚାଇଥାଏ । କିନ୍ତୁ ଏହାକୁ ସବୁ ସମୟରେ ଖାଇବା ଅନୁଚିତ୍ । ଏହାକୁ ସଠିକ୍ ସମୟରେ ଖାଇଲେ ହିଁ ଏହାର ଫାଇଦା ମିଳିଥାଏ । ସଠିକ୍ ସମୟରେ ଏହାକୁ ଖାଇଲେ ଏଥିରେ ଥିବା ପୋଷକ ତତ୍ୱର ଫାଇଦା ଆପଣଙ୍କୁ ମିଳିଥାଏ ।
ପ୍ରାୟତଃ ଦିନରେ ଗୋଟିଏ ସେଓ ଏବଂ ରାତିରେ ଶୋଇବା ପୂର୍ବରୁ ଦୁଗ୍ଧ ପିଇବା ପାଇଁ ପରାମର୍ଶ ଦିଆଯାଏ । ଏହାର କାରଣ ସକାଳେ ସକାଳେ ସେଓ ଖାଇଲେ ଆପଣଙ୍କ ମେଟାବୋଲିଜିମ୍ ଉତ୍ତମ ରହିଥାଏ ଏବଂ ଏହା ଆପଣଙ୍କ Bowel Movement ଠିକ୍ ରଖିଥାଏ । ସେହିଭଳି ଦୁଗ୍ଧ ପିଇବାର ସଠିକ୍ ସମୟ ରାତିରେ । ଏଥିରେ Tryptophan ଓ Amino acid ରହିଥାଏ । ଯାହା କି ସ୍ଲିପ୍ କ୍ୱାଲିଟିକୁ ଉତ୍ତମ କରିଥାଏ । ଏକ୍ସପର୍ଟସ କୁହନ୍ତି ଯେ ଆପଣ ଚା କିମ୍ବା କଫି ପିଇବା ବଦଳରେ ସବୁଦିନ ସକାଳେ ଏବଂ ରାତିରେ ଦୁଗ୍ଧ ଗ୍ଲାସ ପିଇବା ଉଚିତ୍ ।
Powered by Froala Editor