ବିଧାନସଭାରେ ଅଭାବନୀୟ ଘଟଣା, ବାଚସ୍ପତିଙ୍କ ଚାମ୍ବରରେ ବାଚସ୍ପତିଙ୍କୁ ଘେରାଉ
ଭୁବନେଶ୍ୱର: ଆଜି ବିଧାନସଭାରେ ଏକ ଅଭାବନୀୟ ଘଟଣା ଘଟିଛି । ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବିରୋଧ କରିବା ଆଳରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ନୋଟିସ ଅଗ୍ରାହ୍ୟ ପରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ତାଙ୍କ ଚାମ୍ବରରେ ହିଁ ଘେରାଉ କରିଛନ୍ତି । ବାଚସ୍ପତିଙ୍କୁ ଘେରାଉ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ସଦସ୍ୟ ମାନେ ଖଣି ଦୂର୍ନୀତିକୁ ପ୍ରସଙ୍ଗ କରି ହଟ୍ଟଗୋଳ କରିଥିଲେ । ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ନୋଟିସ ଦେଇଥିଲେ । ହେଲେ ଏହାକୁ ବାଚସ୍ପତି ଗ୍ରହଣ କରିନଥିଲେ । ଏହା ପରେ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ବିଜେପି ସଦସ୍ୟ ମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଗୃହକୁ ମୁଲତବୀ ଘୋଷଣା ପରେ ବାଚସ୍ପତି ଶ୍ରୀ ପାତ୍ର ତାଙ୍କ ଚାମ୍ବରକୁ ଚାଲିଯାଇଥିଲେ । ତେବେ କଂଗ୍ରେସ ବିଜେପି ସଦସ୍ୟମାନେ ତାଙ୍କୁ ତାଙ୍କ ଚାମ୍ବରରେ ଘେରାଉ କରିଥିଲେ ।
Powered by Froala Editor