ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ
ଲକ୍ଷ୍ନୌ: ବିଏସପି ମୁଖ୍ୟ ମାୟାବତୀ ପୁଣି ପୁତୁରା ଆକାଶ ଆନନ୍ଦ ପାଇଁ ପେଡ଼ି ଖୋଲିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟର ରିଟ୍ବିଟ ନ କରିବା ଓ ଶଶୁର ବୋଲକରା କହି ଯେଉଁ ପୁତୁରାଙ୍କୁ ଦଳରୁ ବିଦା କରିଦେଲେ ତାଙ୍କୁ ପୁଣି ନିଜ ପାଖକୁ ଟାଣି ଆଣିଛନ୍ତି। ୩୧ ଦିନ ପରେ ଆକାଶ ଆନନ୍ଦଙ୍କୁ ସେ ବିଏସପିର ଜାତୀୟ ସଂଯୋଜକ ନିଯୁକ୍ତ କରିଛନ୍ତି। କିଛି ଦିନ ହେଲା ଚାଲିଥିବା ପିଇସି-ପୁତୁରା କଳି ଏଇଠି ସମାପ୍ତ ହେବ ବୋଲି ଲାଗୁଛି। ସୂଚନାଯୋଗ୍ୟ ଯେ ମାୟାବତୀ ନିଜ ପୁତୁରା ଆକାଶଙ୍କୁ ତିନି ଥର ପଦରୁ ହଟାଇ ସାରିଲେଣି। ପୁଣି ତିନି ଥର ଡାକି ପଦ ଦେଲେଣି। ଚଳିତ ଥର ଆକାଶଙ୍କ ଶଶୁରଙ୍କ ଉପରେ ମାୟାବତୀ ଚାପ ପକାଇ ଥିଲେ। ରାଜନୀତିରୁ ଶଶୁର ସନ୍ନ୍ୟାସ ନେବା ପରେ ପୁତୁରାକୁ ପଦ ଦେବେ ବୋଲି କହିଥିଲେ। ମାତ୍ର ଶଶୁର ସନ୍ନ୍ୟାସ ନେବାର ଦିନକ ପରେ ସେ ପୁତୁରାକୁ ଦଳରୁ ସମ୍ପୂର୍ଣ୍ଣ ବିଦା କରି ଦେଇଥିଲେ। ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ପାରିବାରିକ ପୁନର୍ମିଳନ ବିଏସପି ପାଇଁ ନୂଆ ଆଶା ସଞ୍ଚାର କରିବ ବୋଲି ଆଶା।
Powered by Froala Editor