କୁନୋରେ ୫ ଚିତା ଛୁଆଙ୍କ ଜନ୍ମ
ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି। କୁନୋ ଜାତୀୟ ଉଦ୍ୟାନରେ ଭାରତରେ ଜନ୍ମିତ ମାଈ ଚିତା ୫ଟି ସୁସ୍ଥ ଛୁଆ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।
ମୁଖୀ ଏବଂ KGP12ଙ୍କ ପରେ 'KJP21' ହେଉଛି ଭାରତରେ ଜନ୍ମ ନେଇଥିବା ତୃତୀୟ ମାଈ ଚିତା, ଯିଏ ଛୁଆ ଜନ୍ମ ଦେଇଛି। ଏହା ଭାରତରେ ଚିତାର ପରବର୍ତ୍ତୀ ପିଢ଼ିର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୫ ଚିତା ଛୁଆଙ୍କ ଜନ୍ମ ପରେ ଭାରତରେ ଚିତା ସଂଖ୍ୟା ୬୦ରେ ପହଞ୍ଚିଛି। ସେଥିରୁ ୪୧ଟି ଚିତା ଭାରତରେ ଜନ୍ମ ନେଇଛନ୍ତି।
ଶାବକମାନଙ୍କ ବାପା ବୋତ୍ସ୍ବାନାରୁ ଅଣାଯାଇଥିବା ପୁରୁଷ ଚିତା ହୋଇଥିବାରୁ ଏହା ବୋତ୍ସ୍ବାନା ସଂଯୋଗ ଥିବା ଭାରତରେ ଜନ୍ମିତ ପ୍ରଥମ ପ୍ରତିନିଧି ବୋଲି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି।
Powered by Froala Editor